29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଆମେରିକା ସେନା ଉପରେ ଡ୍ରୋନ୍‌ ଆଟାକ୍‌: ୩ ମୃତ, ୨୦ରୁ ଅଧିକ ଆହତ

ଆମେରିକା ସେନା ଉପରେ ଡ୍ରୋନ୍‌ ଆଟାକ୍‌: ୩ ମୃତ, ୨୦ରୁ ଅଧିକ ଆହତ

ୱାଶିଂଟନ୍: ଆମେରିକା ସେନା ଉପରେ ଡ୍ରୋନ୍‌ ଆଟାକ୍‌ । ସିରିଆ-ଜୋର୍ଡାନ ସୀମାରେ ଆମେରିକାର ଯବାନଙ୍କ ଉପରେ ହୋଇଛି ଆକ୍ରମଣ । ଏହି ଆକ୍ରମଣରେ ୩ ଆମେରିକୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ସେପଟେ ଡ୍ରୋନ୍‌ ଆଟାକର ଦୃଢ ଜବାବ ଦିଆଯିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ।

ଖବର ଅନୁଯାୟୀ, ଜୋର୍ଡାନରେ ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ର ମିଶି ଏକ ସୈନ୍ୟ ବେସ୍‌ ନିର୍ମାଣ କରିଥିଲେ । ଏହି ବେସ୍‌ ଉପରେ ସିରିଆ ପଟୁ ଡ୍ରୋନ୍‌ରେ ଆଟାକ କରିଛନ୍ତି ଇରାନ ସମର୍ଥିତ ଆତଙ୍କାବାଦୀ । ଡ୍ରୋନ୍‌ ଆକ୍ରମଣରେ ଏହି ଏୟାରବେସ୍‌ର ବେଶ୍‌ କ୍ଷୟକ୍ଷତି ହୋଇଛି । ଏପିରିକି ତିନି ଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି ।

ସେପଟେ ଆମେରିକାର ଏୟାରବେସ୍‌ ଉପରେ ଡ୍ରୋନ୍‌ ଆଟାକକୁ ନେଇ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌ ।  ନିହତ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ରାଷ୍ଟ୍ରପତି । ଏହାସହିତ ସେ କହିଛନ୍ତି ଯେ, ଗତ ରାତିରେ ଆମେରିକାର ସୈନ୍ୟ ବେସ୍‌ ଉପରେ ଆକ୍ରମଣ ହୋଇଛି । ସିରିଆ ସୀମାକୁ ଲାଗିଥିବା ଟାଓ୍ୱାର-୨୨ ଉପରେ ଆଟାକ ହୋଇଛି । ଯେଉଁଥିରେ ୩ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ତେବେ ଆମେ ଏହି ଆକ୍ରମଣର ଦୃଢ ଜବାବ ଦେବୁ । ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧା ମଧ୍ୟରେ ପ୍ରଥମ ଥର ପାଇଁ ମଧ୍ୟପୂର୍ବରେ କୌଣସି ଆମେରିକୀୟ ଯବାନଙ୍କୁ ହତ୍ୟା କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking