30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଆମେରିକା ମିଲିଟାରୀ ପୋଷ୍ଟ ଉପରେ ଡ୍ରୋନ ଆଟାକ; ୩ ସେନା ମୃତ, ୨୫ରୁ ଅଧିକ ଆହତ

ଆମେରିକା ମିଲିଟାରୀ ପୋଷ୍ଟ ଉପରେ ଡ୍ରୋନ ଆଟାକ; ୩ ସେନା ମୃତ, ୨୫ରୁ ଅଧିକ ଆହତ

ଜୋର୍ଡାନ: ରବିବାର ସିରିୟା ସୀମାବର୍ତ୍ତୀ ଉତ୍ତରପୂର୍ବ ଜୋର୍ଡାନରେ ଆମେରିକା ସେନା ଉପରେ ଡ୍ରୋନ ଆଟାକ ହୋଇଛି । ଏହି ଆକ୍ରମଣରେ ପାଖାପାଖି ୩ ଆମେରିକା ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିବା ନେଇ ଆମେରିକା ସେନା ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି ଆକ୍ରମଣ ସିରିୟାରୁ କରାଯାଇଥିବା କୁହାଯାଉଛି । ଏହି ଆକ୍ରମଣକୁ ଜୋର୍ଡାନ ପକ୍ଷରୁ କଡା ନିନ୍ଦା କରାଯାଇଛି । ଏହାକୁ ଆତଙ୍କବାଦୀ ଆକ୍ରମଣ କହିଛି ଜୋର୍ଡାନ । ତେବେ ଇସ୍ରାଏଲ- ହମାସ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକା ସେନାଙ୍କ ଜୀବନ ଯାଇଛି । ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ରବିବାର ବାଇଡେନ କହିଛନ୍ତି, “ଯଦିଓ ଆମେ ଏବେବି ଏହି ଆକ୍ରମଣର ତଦନ୍ତ କରୁଛୁ ତଥାପି ଆମେ ଜାଣିଛୁ ଯେ ଏହି ଆକ୍ରମଣ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଯେଉଁମାନେ ସିରିୟା ଓ ଇରାକ ଦ୍ବାରା ପରିଚାଳିତ ସେହିମାନେ ହିଁ କରିଛନ୍ତି । ଆମେରିକା ଏହାର ଜବାବ ସମୟ ଆସିଲେ ନିଜ ଢଙ୍ଗରେ ଦେବ ।”

ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଉଭୟ ଦେଶକୁ ସମର୍ଥନ କରୁଥିବା ଦେଶମାନଙ୍କ ମଧ୍ୟରେ ବି ସଂଘର୍ଷ ଆରମ୍ଭ ହୋଇଯାଇଛି । ଆମେରିକା ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ଏହା ମଧ୍ୟରେ ହମାସ ସମର୍ଥିତ ଦେଶଗୁଡିକ ଆମେରିକା ସେନାମାନଙ୍କ ଉପରେ ଛୋଟ ବଡ ଆକ୍ରମଣ ଜାରି ରଖିଛନ୍ତି । ସିରିୟା, ଇରାକ ପରେ ଏବେ ଜୋର୍ଡାନରେ ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି । ରବିବାର ସିରିୟା ସୀମାବର୍ତ୍ତୀ ଉତ୍ତରପୂର୍ବ ଜୋର୍ଡାନରେ ଆମେରିକା ସେନା ଉପରେ ଡ୍ରୋନ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ପାଖାପାଖି ୩ ଜଣ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିବା ନେଇ ଆମେରିକା ସେନା ପକ୍ଷରୁ ସୂଚନା ଜାରି କରାଯାଇଛି । ଗାଜା ଇସ୍ରାଏଲ ଯୁଦ୍ଧ ମଧ୍ୟରେ ମଧ୍ୟ ପ୍ରାଚ୍ୟ ଅଞ୍ଚଳରେ ଆମେରିକା ସେନାଙ୍କ ମୃତ୍ୟୁ ପ୍ରଥମ ଘଟଣା ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking