28.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଭାରତରେ ଫ୍ରାନ୍ସ ରାଷ୍ଟ୍ରପତି

ଭାରତରେ ଫ୍ରାନ୍ସ ରାଷ୍ଟ୍ରପତି

ଜୟପୁର:  ଶୁକ୍ରବାର ନୂଆଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ୭୫ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ସାମିଲ ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ । ଏହି ପରିପ୍ରେକ୍ଷୀରେ ମାକ୍ରନ୍ ଗୁରୁବାର ଅପରାହ୍ନ ସୁଦ୍ଧା ଜୟପୁରରେ ପହଞ୍ôଚଛନ୍ତି । ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବା ସହ ପାଛୋଟି ଆଣିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମାକ୍ରନ୍‌ଙ୍କୁ ସ୍ୱାଗତ କରିବା ପାଇଁ ଜୟପୁର ଗସ୍ତ କରିଥିଲେ । ପରେ ଉଭୟ ନେତା ଜନ୍ତରମନ୍ତର ଠାରେ ଆୟୋଜିତ ଏକ ରୋଡ୍ ସୋ’ରେ ମଧ୍ୟ ସାମିଲ ହୋଇଥିଲେ । ଅପରାହ୍ନ ସମୟରେ ଉଭୟ ନେତା ସେଠାରେ ଥିବା ଅମ୍ବରଦୁର୍ଗ, ଜନ୍ତରମନ୍ତର ଏବଂ ହାୱା ମହଲ୍ ପରିଦର୍ଶନ କରିବା ପରେ ସନ୍ଧ୍ୟା ସମୟରେ ହୋଟେଲ୍ ରାମବାଗ ପ୍ୟାଲେସ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଯୋଗଦେଇଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ପ୍ରାୟ ୭୦ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ପରେଡ୍ କାର୍ଯ୍ୟକ୍ରମରେ ପ୍ରାୟ ୭୭ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏମାନଙ୍କ ସୁରକ୍ଷା ପାଇଁ ମଧ୍ୟ କଡାକଡି ବନ୍ଦୋବସ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking