32.1 C
Bhubaneswar
Saturday, October 19, 2024
Homeଅପରାଧଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ରାସ୍ତାରେ ବୁଲାଇଲେ ଲୋକେ; କାହିଁକି ଜାଣିଛନ୍ତି?

ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ରାସ୍ତାରେ ବୁଲାଇଲେ ଲୋକେ; କାହିଁକି ଜାଣିଛନ୍ତି?

ନୂଆଦିଲ୍ଲୀ: ପତାକାକୁ ଅପମାନ କରି ସୋସିଆଲ ମିଡିଆରେ ରିଲ୍ ଅପଲୋଡ କରିବା ପଡ଼ିଲା ମହଙ୍ଗା । ମୁସଲିମ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ରାସ୍ତାରେ ବୁଲାଇଲେ ଲୋକେ । ଘଟଣାଟି ତେଲେଙ୍ଗାନା ରାଜ୍ୟ ସଙ୍ଗାରେଡ୍ଡି ଜିଲ୍ଲାର । ଏଠାରେ ଜଣେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଯୁବକ ଧାର୍ମିକ ପ୍ରତୀକ ଓଁ ଚିତ୍ରିତ ଥିବା ଗେରୁଆ ପତାକାକୁ ଅପମାନଜନକ ଶୈଳୀରେ ନିଜର ପ୍ୟାଣ୍ଟ ଭିତରେ ଭର୍ତ୍ତି କରିଥିଲେ ଏବଂ ଅସଭ୍ୟ ଭାଷାରେ ଗୁଳିଗୁଲଜ କରି ଏହାର ରିଲ୍ ଅପଲୋଡ କରିଥିଲେ । ଆଉ ତା’ ପରେ କ’ଣ ବା ହୁଅନ୍ତା, ସୋସିଆଲ ମିଡିଆରେ ଏହି ରିଲ୍ ଦେଖିବା ପରେ ସ୍ଥାନୀୟ ଲୋକେ ତାତି ଯାଇଥିଲେ । ଲୋକମାନେ ରିଲ୍ କରିଥିବା ଯୁବକଙ୍କୁ ମେଡକ ଜିଲ୍ଲାର ଏକ ଗାଁରୁ ଖୋଜି ଖୋଜି ବାହାର କରିଥିଲେ । ସମସ୍ତେ ମିଶି ଯୁବକଙ୍କୁ ପ୍ରଥମେ ନିର୍ଦ୍ଧୁମ ପିଟିବା ପରେ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ ।

ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ କିଛି ଲୋକ ଜୟ ଶ୍ରୀରାମ ନାରା ଦେଉଥିବାର ନଜର ଆସୁଛନ୍ତି । ଏପରିକି ଉତ୍ୟକ୍ତ ଲୋକେ ସେହି ମୁସଲିମ ଯୁବକଙ୍କ ମାରପିଟ୍ କରିବା ସହ ତାଙ୍କର ଗୁପ୍ତାଙ୍ଗ ଜାଳି ଦେବାକୁ ଚେଷ୍ଟା କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଗ୍ରାମବାସୀଙ୍କ ପକ୍ଷରୁ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ସେହି ଯୁବକ ଓଁ ଅଙ୍କିତ ଗୈରିକ ପତାକାକୁ ଅପମାନ କରି ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ସେପଟେ ପୀଡିତ ଯୁବକ ମଧ୍ୟ ଗ୍ରାମବାସୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅନେକ ସମୟରେ ଏଭଳି ଘୃଣା ସୃଷ୍ଟି କଲାଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଟିଏ ଧର୍ମର ଲୋକ ଅନ୍ୟ ଧର୍ମକୁ ଅପମାନିତ କରି ଭିଡିଓ ଅପଲୋଡ କରୁଥିବାର ଦେଖିବାକୁ ମିଳିଛି । ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଉଛି । ତେଲେଙ୍ଗାନାର ଏହି ଘଟଣାରୁ ଅନୁମେୟ କରାଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking