23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଭୁସୁଡ଼ିଲା ସୁନା ଖଣି : ୭୦ ମୃତ

ଭୁସୁଡ଼ିଲା ସୁନା ଖଣି : ୭୦ ମୃତ

ମାଲି : ପଶ୍ଚିମ ଆଫ୍ରିକାର ମାଲିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମାଲିରେ ଏକ ସୁନା ଖଣି ଭୁଶୁଡ଼ିବା ଯୋଗୁଁ ୭୦ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ଏପରି ଏକ ଅଞ୍ଚଳରେ ଘଟିଛି ଯେଉଁଠାରେ ଖଣି ଭୁଶୁଡ଼ିବାର ବିପଦ ସର୍ବଦା ଥାଏ । ତେବେ ମଙ୍ଗଳବାର ଦିନ ମାଲିର ଖଣି ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଦକ୍ଷିଣ-ପଶ୍ଚିମ କୁଲିକୋରୋ ଅଞ୍ଚଳର କାଙ୍ଗାବା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଅନେକ ଶ୍ରମିକ ପ୍ରାଣ ହରାଇଛନ୍ତି। ଶ୍ରମିକମାନେ କୌଣସି ସୁରକ୍ଷା କଟକଣାକୁ ନ ମାନି ଖନନ କରୁଥିବାବେଳେ ହଠାତ ଏହା ଭୁଶୁଡି ପଡିଥିଲା । ଆଉ ସମସ୍ତେ ମାଟି ତଳେ ଚାପି ହୋଇଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking