33.1 C
Bhubaneswar
Sunday, September 22, 2024
Homeଓଡିଶାଖଣି ଶିଳ୍ପା ଅଂଚଳ ରେ କୀଡୀନି ଯକ୍ଷ୍ମା ମହା ମାରି ରୂପ ନେଇଛି

ଖଣି ଶିଳ୍ପା ଅଂଚଳ ରେ କୀଡୀନି ଯକ୍ଷ୍ମା ମହା ମାରି ରୂପ ନେଇଛି

ପୁଣି ୨ ମୁଣ୍ଡ ନେଲା ଯକ୍ଷ୍ମା ଓ କିଡ୍‌ନି ରୋଗ
୫୦ ଦିନରେ ୧୧ ଜଣ କିଡ୍‌ନି ‌ରୋଗୀଙ୍କ ମୃତ୍ୟୁ
ବର୍ଷକରେ ୧୪ଯକ୍ଷ୍ମା ମୃତ୍ୟୁ
ଯାଜପୁର : ଯାଜପୁର ଜିଲ୍ଲାର ର ଏସିଆ ମହାଦେଶ ର ଶିଳ୍ପ ରାଜ ଧାନୀ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର କଳିଙ୍ଗନଗର l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଖଣି ଖାଦାନ ଜଙ୍ଗଲ ମହାଗିରି ପର୍ବତ ଘେରା ରେ ଅବସ୍ଥିତ ଖଣି ଖାଦାନ ବର୍ଜ୍ୟବାସ୍ତୁ ଓ କାରଖାନା ର ଧୂଆଁ ନିର୍ଗତ ଦୂଷିତ ପାଣି ବାୟୁ ମଣ୍ଡଳ ନଦୀ ନାଳ ଜଳ କୁ ପ୍ରଦ୍ୟୁଷିତ କରିବା ଦ୍ୱରା ସମ୍ପୃକ୍ତ ଅଂଚଳ ରେ କୀଡୀନି ଯକ୍ଷ୍ମା କ୍ୟାନ୍ସର ଚର୍ମ ଜାତୀୟ ପ୍ରଭୁତି ରୋଗ ବୃଦ୍ଧି ପାଉଛି l ରୋଗୀ ମନେ ଚିକିତ୍ସା ଅଭାଵ ରୁ ଲୋକ ମନେ ରୋଗ ର ଶିଖାର ହୋଇ ମୃତ୍ୟୁ ବରଣ କରୁଛନ୍ତି l ଆଠ ବର୍ଷ ମଧ୍ୟ୍ୟ ରେ 600ଉର୍ଦ୍ଧ ଲୋକ ଙ୍କ ମୃତ୍ୟୁ ଘଟିଲାଣି ଶ୍ଵାସ୍ତ୍ୱ, ପଦ୍ୟୁଷଣ ଖଣି ଶିଳ୍ପ ବିଭାଗ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଚୁପୁ ପଦ୍ୟୁଷଣ ବିଭଗ ଏହାର ନିରାକରଣ ପାଇଁ କାଗଜ ପତ୍ର ଓ ପ୍ରତିଶୃତି ରେ ରହିଛି କାରଖାନା ଓ ଖଣି ମାଲିକ ମାନଙ୍କ ଉପରେ ଚାପ ଦିଆ ଯାଉ ନାହିଁ ସମଗ୍ର ସୁକିନ୍ଦା ଅଂଚଳ ପଡିୟୁଷ ହାର ବୃଦ୍ଧି ପାଇବା ରେ ଲାଗିଛି l ଏବେ ଦେଖିବାକୁ ମିଳିଛି କାଳିଆପାଣି ଖଣିଅଞ୍ଚଳରେ ପୁଣି ୨ଟି ମୁଣ୍ଡ ନେଇଛି ଯକ୍ଷ୍ମା ଓ କିଡ୍‌ନି ରୋଗ। ଆଜି କାଳିଆପାଣି ବିର୍ସାନଗର ବସ୍ତିର ଯକ୍ଷ୍ମାରୋଗୀ ସନ୍ତୋଷ ବାଗେ(୫୯)ଙ୍କର ତାଙ୍କ ଘରର ଅସ୍ବାସ୍ଥ୍ୟକର ପରିବେଶରେ ମୃତ୍ୟୁ ହୋଇଛି। ୮ ଦିନ ତଳେ ମାଆ ସରସ୍ବତୀ ବାଗେଙ୍କ ମୃତ୍ୟୁ ହୋଇଥିବାରୁ ସେ ଆସନ୍ତକାଲି ତାଙ୍କ ଶୁଦ୍ଧିକ୍ରିୟା କରିଥାନ୍ତେ। ପରିବାର ସାରା ସେହି ଯୋଜନାରେ ଥିଲେ। ଯକ୍ଷ୍ମା ରୋଗରୁ ତାଙ୍କ ଅଣ୍ଡକୋଷ ତଳେ ହୋଇଥିବା ଘାଆର ପୂଯପାଣି ମାଡ଼ିଯିବା ସହ କ୍ଷତ ମାସମାସ ଧରି କମୁନଥିଲା। ଆଜି ଦୟନୀୟ ପରିସ୍ଥିତିରେ ତାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେହିପରି ତାଙ୍କ ପଡ଼ୋଶୀ ସେହି ବସ୍ତିର ପୋଗର ଲମ୍ବାଏଁ ଗତକାଲି କିଡ୍‌ନି ରୋଗର ଶିକାର ହୋଇଛନ୍ତି। ତାଙ୍କ ଘରେ ଅନୁରୂପ ଭାବେ ତାଙ୍କର ମୃତ୍ୟୁ ହୋଇଛି। ଖଣିରେ ବୋଝେଇ ଶ୍ରମିକ ଭାବେ କାମ କରୁଥିବା ପୋଗର କିଡ୍‌ନି ରୋଗୀ ଭାବେ ଚିହ୍ନଟହୋଇ କଟକ ମେଡିକାଲ ଯାଇଥିଲେ। ତାଙ୍କର ୨ଟିଯାକ କିଡ୍‌ନି ନଷ୍ଟ ହୋଇଯାଇଥିଲେ ହେଁ ସେ ଘରେ ରହି ଝଡ଼ାଫୁଙ୍କା ଓ ଜଡ଼ିବୁଟି ଚିକିତ୍ସା କରାଯାଉଥିଲେ। ଏହି ମାସରେ ମୃତ୍ୟୁର ଶିକ‌ାର ହୋଇଥିବା ଅନ୍ୟ ୩ କିଡ୍‌ନି ‌ରୋଗୀ କୋଇପଶି ବସ୍ତିର ଓଏମ୍‌ସି ଠିକା ସଫେଇ କର୍ମଚାରୀ କୁନୁ କାରୁଆ(୩୭) ୧୫ ତାରିଖ ନିଜ ଘରେ, ଓଏମ୍‌ସି କର୍ମଚାରୀ ଜୟରାମ ମୁଣ୍ଡା(୫୫)ଙ୍କର ୯ ତାରିଖରେ ତାଙ୍କ କ୍ବାର୍ଟର୍ସରେ ଓ ନୂଆବର୍ଷରେ ନଗଡ଼ାର ଭେଣ୍ଡିଆ ଯୁବକ ସାଗା ପ୍ରଧାନ(୩୦)ଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ସେହିପରି ଗତମାସ କିଡ୍‌ନି ରୋଗରୁ ୬ ଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଛି। ୨୧ ତାରିଖରେ ବାମ୍ବିଲୋ ଗାଁର ଲକ୍ଷ୍ମୀପ୍ରିୟା ନାୟକ, ୧୭ ତାରିଖରେ କଅଁସ ପଞ୍ଚାୟତ ଓସ୍ତପାଳ ଗାଁର ଭକ୍ତୁରାମ ଦେହୁରୀ(୩୨), ୯ ତାରିଖରେ ଓଏମ୍‌ସି ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣି କର୍ମଚାରୀ ସୁନିଲ କୁମାର ସାହୁ(୪୨), ୬ ତାରିଖରେ କାଳିଆପାଣି ଘାଗିଆସାହିର ୨ ଜଣ ମଙ୍ଗଲ ମାରାଣ୍ଡି(୫୧) ଓ ସଂଧ୍ୟାରେ ଲକ୍ଷ୍ମଣ ମାରାଣ୍ଡି(୬୩) ଏବଂ ୩ ତାରିଖରେ କଅଁସ ପଞ୍ଚାୟତ ସାରୁଆବିଲ ଗାଁର ୨ ଜଣ ଚକ୍ରଧର ପ୍ରଧାନ(୨୫) ଓ ଗୋବିନ୍ଦ ଦେହୁରୀ(୬୧)ଙ୍କ ମୃତ୍ୟୁ ହୋଇଥିଲା। ଗତ ନଭେମ୍ବର ୧୦ ତାରିଖରେ ସେହି ଘାଗିଆସାହିର ଯୁବ ସଂଗଠକ ଗୁରୁଚରଣ ମାରାଣ୍ଡି(୪୪) ଓ ସେପ୍ଟେମର ୧୮ ତାରିଖରେ ଅବସରପ୍ରାପ୍ତ ଖଣି ଶ୍ରମିକ କିଡ୍‌ନି ରୋଗାକ୍ରାନ୍ତ ଭକ୍ତୁ ମହାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏମିତିରେ କିଡ୍‌ନି ରୋଗ ପାଇଁ ୫୦ ଦିନରେ ୧୧ ଜଣ ଓ ୪ ମାସରେ ୧୩ ମୁଣ୍ଡ ଗଡ଼ିବାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ସେହିପରି ଆଜିର ଯକ୍ଷ୍ମା ମୃତକ ସନ୍ତୋଷ ବାଗେକୁ ମିଶାଇ ବର୍ଷକରେ ଏହି ରୋଗ ପାଇଁ ୧୪ ମୃତ୍ୟୁ ହେଲାଣି। ଗତ ୧୯ ତାରିଖ ଯକ୍ଷ୍ମାମୃତ୍ୟୁର ଶିକାର ହୋଇଥିଲେ ଓସ୍ତପାଳ ଗାଁର ଚନ୍ଦ୍ରମଣି ମହାନ୍ତ(୬୪)। ଗତ ସେପ୍ଟେମ୍ବର ମାସ(୩୦, ୨୬, ୧୯ ଓ ୧୮ ତାରିଖ)ରେ ୪ ଜଣ ଯୁବା ବୟସରେ ଯକ୍ଷ୍ମାର ଶିକାର ହୋଇଥିଲେ। ମୃତକମାନେ ହେଲେ ରାଁସୋଳ ପଞ୍ଚାୟତ କଲରଙ୍ଗି କୁମାରଡି ଗାଁର ସାହେବ ଜାମୁଡ଼ା ଓରଫ୍‌ ରଞ୍ଜନ ଜାମୁଡ଼ା(୨୯), କଅଁସ ପଞ୍ଚାୟତ ଜାରଗିସାହିର ମହାନ୍ତି ସିଧୁ(୪୮), କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଗାଁ ଉପରସାହିର ଶଙ୍କର ମୁଣ୍ଡା(୩୨) ଓ କାଳିଆପାଣି ହନୁମାନ ବଜାର ହଟିଂର ନିରାଶ ମହାକୁଡ଼(୩୨)। ଅଗଷ୍ଟ ୨୩ ତାରିଖରେ କାକୁଡ଼ିଆ ଗାଁର ବଳରାମ ପିଙ୍ଗୁଆ(୩୭), ଜୁନ ୧୫ ତାରିଖରେ ପେଣ୍ଠସାହିର ନବମଶ୍ରେଣୀ ଛାତ୍ର ଲାଣ୍ଡୁ ମୁଣ୍ଡା, ମେ ମାସ୨୪ ଓ ୨୦ ତାରିଖରେ ଆଉ ୨ ଜଣ ଯକ୍ଷ୍ମାକ୍ରାନ୍ତ ଯୁବକ ମହ୍ଲାରସାହି ମାଙ୍କିଡ଼ିଆ ବସ୍ତିର ଜଗା ଗାଗରାଇ(୩୫) ଓ କୋଇପଶି ବସ୍ତିର ଜଗା ଥଟାରି(୪୦), ଫେବ୍ରୁଆରି ୬ ତାରିଖରେ ପୋଡ଼ାହରା ଗାଁର ଡାଳିମ୍ବ ପିଙ୍ଗୁଆ(୬୦), ଡିସେମ୍ବର ୩୧ ତାରିଖରେ ଲାଲମୋନି ମାଙ୍କିଡ଼ିଆ(୪୦), ନଭେମ୍ବର ୨୫ ତାରିଖରେ କଲରଙ୍ଗିର ବୀର ମୁଣ୍ଡା(୪୮) ଓ ବିର୍ସାନଗର ବସ୍ତିର କୁନି ପୂର୍ତ୍ତି(୫୯)ଙ୍କର ମୃତ୍ୟୁ ହୋଇଥିଲା।ଏ ସମ୍ପର୍କ ରେ ସୂଚନା ଜିଲ୍ଲା ପ୍ରଶାସନ ଓ ଶ୍ଵାସ୍ତ୍ୱ ବିଭାଗ ପଦ୍ୟୁଷଣ ବିଭାଗ ନିରବ ଦ୍ରଷ୍ଟା ସାଜିଛି ଏ ସମ୍ପର୍କ ରେ 5ଟି ସଚିବ ଦତନ୍ତ କରି ସୁକିନ୍ଦାଅଂଚଳ ରୁ ପଡିୟୁଷ ହାର ହାର୍ଷ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ଦାବି ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking