31.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶଆଜି ବି ରାମଲାଲାଙ୍କ ଦର୍ଶନ ପାଇଁ ପ୍ରବଳ ଗହଳି

ଆଜି ବି ରାମଲାଲାଙ୍କ ଦର୍ଶନ ପାଇଁ ପ୍ରବଳ ଗହଳି

ଅଯୋଧ୍ୟା: ସୋମବାର ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପରେ ଏବେ ସେଠାରେ ପ୍ରବଳ ଲୋକଭିଡ଼ ଦେଖିବାକୁ ମିଳୁଛି। ସୋମବାର ଦିନ ଅଯୋଧ୍ୟାରେ ଏକ ବିରାଟ ଜନସମାଗମ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଲୋକ ମନ୍ଦିରରେ ଏକତ୍ରିତ ହୋଇ ରାମଲଲାଙ୍କ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାନ ମନ୍ଦିରର ଉଦଘାଟନ କରିଛନ୍ତି। ଏହି ଅବଧିରେ ବହୁ ସଂଖ୍ୟାରେ ଜଣାଶୁଣା ବ୍ୟକ୍ତିତ୍ୱ ଅଯୋଧ୍ୟାରେ ପହଞ୍ଚିଥିଲେ।ରାମ ମନ୍ଦିର ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖୋଲା ଅଛି। ସେଥିପାଇଁ ପ୍ରାଣ ପ୍ରତିଷ୍ଠା ପରଦିନ ରାମଲଲାଙ୍କ ଦର୍ଶନପାଇଁ ଅଯୋଧ୍ୟାରେ ପ୍ରବଳ ଲୋକ ଭିଡ଼ ଦେଖିବାକୁ ମିଳିଥିଲା। ଜ‌ାଣିବାକୁ ମିଳିଛି ଯେ ମଙ୍ଗଳବାର ଦିନ ମାତ୍ର ଗୋଟିଏ ଦିନରେ, ପ୍ରାୟ ୫ ଲକ୍ଷ ଭକ୍ତ ପ୍ରବଳ ଥଣ୍ଡା ମଧ୍ୟରେ ରାମଲଲାଙ୍କ ଦର୍ଶନ ପାଇବାକୁ ମନ୍ଦିରରେ ପହଞ୍ଚିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking