27.1 C
Bhubaneswar
Monday, September 23, 2024
Homeଦେଶ ବିଦେଶଦୁନିଆର ଦ୍ୱିତୀୟ ସବୁଠାରୁ ସୁସ୍ବାଦୁ ପାନୀୟ ତାଲିକାରେ ଚା’

ଦୁନିଆର ଦ୍ୱିତୀୟ ସବୁଠାରୁ ସୁସ୍ବାଦୁ ପାନୀୟ ତାଲିକାରେ ଚା’

ଭୁବନେଶ୍ଵର: ଭାରତରେ ପ୍ରସ୍ତୁତ ମସାଲା ଚା ଦୁନିଆରେ ନନ୍-ଆଲକୋହଲିକ ପାନୀୟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଟେଷ୍ଟଆଟ୍ଲାସ୍ ନାମକ ଏକ ରେଷ୍ଟୁରାଣ୍ଟର ଅଭିଧାନରେ ଭାରତର ମସାଲା ଚା’କୁ ଦୁନିଆର ଦ୍ୱିତୀୟ ସବୁଠାରୁ ସୁସ୍ବାଦୁ ପାନୀୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଏହି ଅଭିଧାନଟି ବିଶ୍ଵର ପାରମ୍ପାରିକ ଖାଦ୍ୟ ଏବଂ ରେଷ୍ଟୁରାଣ୍ଟର ଅଟେ ଯାହା ପ୍ରତିବର୍ଷ ଏହିପରି ଏକ ତାଲିକା ପ୍ରସ୍ତୁତ କରିଥାଏ । ଏହି ତାଲିକାରେ ଭାରତର ମାସାଲା ଚା’ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରଥମ ସ୍ଥାନରେ ରହିଛି ମେକ୍ସିକୋର ଆଗୁଆସ୍ ଫ୍ରେସ୍କାସ୍ ପାନୀୟ । ଏହା ମଧ୍ୟ ଏକ ନନ୍-ଆଲକୋହଲିକ ପାନୀୟ, ଯାହା ବିଭିନ୍ନ ପ୍ରକାରର ଫଳ, ଫୁଲ, ବାଦାମ, ମଞ୍ଜି, କାକୁଡି ଆଦି ସହ ମିଶାଇ ପ୍ରସ୍ତୁତ କରାଯାଏ । ଇନଷ୍ଟାଗ୍ରାମରେ ଫୁଡ୍ ଗାଇଡ୍ ଅନୁସାରେ, ମସାଲା ଚା ହେଉଛି ଏକ ସୁଗନ୍ଧିତ ପାନୀୟ ଯାହା ଭାରତରେ ଉତ୍ପନ୍ନ ହୋଇଥାଏ । ସୁସ୍ଵାଦୁ ଚା’ପତି ଏବଂ କ୍ଷୀର ମିଶ୍ରଣରେ ଏହା ପ୍ରସ୍ତୁତ କରାଯାଏ । ସେଥିରେ ଗୁଜୁରାତି, ଅଦା, ଲବଙ୍ଗ, ଗୋଲ ମରିଚ ଏବଂ ଡାଲଚିନି ମିଶା ଯାଏ । ଏହାର ବାସ୍ନା ଏବଂ ସ୍ୱାଦ ପତ୍ୟକ ଭାରତୀୟଙ୍କୁ ଦେଇଥାଏ ଗୋଟେ ଫ୍ରେସ ସମୟ । କେବଳ ମସାଲା ଚା ନୁହେଁ, ଭାରତର ଲସି ମଧ୍ୟ ଏହି ତାଲିକା ତୃତୀୟ ସ୍ଥାନରେ ରହିଛି । ଭାରତର ଏହି ମଲାଇଦାର ଲସି ଖୁବ୍ ସହଜ ପ୍ରଣାଳୀରେ ଦହି ଓ ଚିନିର ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ । ସେହିପରି ଟେଷ୍ଟଆଟ୍ଲାସ୍ ର ଅନ୍ୟ ଏକ ତାଲିକାରେ ତାଲିକାରେ ଭାରତର ବାସୁମତି ଚାଉଳକୁ ମଧ୍ୟ ବିଶ୍ୱର ସବୁଠାରୁ ଚମତ୍କାର ଚାଉଳ ଭାବେ ନାମିତ କରାଯାଇଛି । ଏହାର ଅର୍ଥ ବିଶ୍ୱ ଭାରତୀୟ ଖାଦ୍ୟ ଏବଂ ପାନୀୟକୁ ବହୁତ ପସନ୍ଦ କରିବା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking