28.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶହମାସ ଉପରେ ସମ୍ପୂର୍ଣ୍ଣ ବିଜୟ ନ ହେବା ପର୍ଯ୍ୟନ୍ତ ଏହିପରି ଆକ୍ରମଣ ଜାରି ରହିବ :...

ହମାସ ଉପରେ ସମ୍ପୂର୍ଣ୍ଣ ବିଜୟ ନ ହେବା ପର୍ଯ୍ୟନ୍ତ ଏହିପରି ଆକ୍ରମଣ ଜାରି ରହିବ : ନେତାନ୍ୟାହୁ

ନୂଆଦିଲ୍ଲୀ : ହମାସ ଉପରେ ସମ୍ପୂର୍ଣ୍ଣ ବିଜୟ ନ ହେବା ପର୍ଯ୍ୟନ୍ତ ଏହିପରି ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି। ଏହାରି ମଧ୍ୟରେ ହମାସ ସଂଗଠନ ଲୁଚି ରହୁଥିବା ଗାଜା ଷ୍ଟ୍ରିପ୍ ଉପରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ୍। ପଣବନ୍ଦୀଙ୍କୁ ମୁକ୍ତ କରିବା ଦାବିରେ କିଛି ଦିନର ଯୁଦ୍ଧ ବିରତି ପରେ ପୁଣି ଆରମ୍ଭ ହୋଇଯାଇଛି ଘମାଘୋଟ ଲଢେଇ।
ଏଥିରେ ୫୦ରୁ ଊର୍ଦ୍ଧ୍ୱ ଗାଜାବାସୀଙ୍କ ମୃତ୍ୟୁ ଘଟିଛି। ଗାଜାରେ ରହୁଥିବା ଲୋକଙ୍କୁ ତୁରନ୍ତ ଅଞ୍ଚଳ ଖାଲି କରିବାକୁ ଇସ୍ରାଏଲ ସେନା ପରାମର୍ଶ ଦେଇଛି। ଫଳରେ ଅନେକ ଲୋକ ଗାଜାର ଦକ୍ଷିଣ ଅଞ୍ଚଳକୁ ସ୍ତାନାନ୍ତର ହେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। କିଏ ପାଦରେ ଚାଲି ଚାଲି ତ, ଆଉ କିଏ ଗାଡିରେ କିମ୍ବା ଗଧ ବୋହି ନେଇଯାଉଥିବା ଡାଲାରେ ଆସବାବ ପତ୍ର ଭର୍ତ୍ତି କରି ସ୍ଥାନାନ୍ତର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking