28.1 C
Bhubaneswar
Sunday, September 22, 2024
Homeଓଡିଶାଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ଛଅ ବଖରା ଘର

ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ଛଅ ବଖରା ଘର

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନୂଆଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ନୂଆଗାଁରେ ନିଆଁ ଲାଗି ଛଅ ବଖରା ଘର ଜଳିପୋଡ଼ି ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ,ବିଳମ୍ବିତ ରାତିରେ ନିଆଁ ଲାଗି ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଯାଇଥିଲା । ଯାହାଫଳରେ ଛଅ ବଖରା ଘର ଜଳିପୋଡ଼ି ଯିବା ସହିତ ଘରେ ଥିବା ସମସ୍ତ ସାମଗ୍ରୀ ଜଳି ଯାଇଥିଲା । ଆଉ ସୋଭାଗ୍ୟବଶତଃ , ଘରେ ଶୋଇଥିବା ସମସ୍ତ ପରିବାର ସଦସ୍ୟ ନିଆଁ ଲାଗିବା ପରେ ଘରୁ ବାହାରି ଆସିଥିଲେ । କିନ୍ତୁ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବାରୁ ଘରେ ଥିବା ଅସବାପତ୍ର ନଷ୍ଟ ହୋଇଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking