31.1 C
Bhubaneswar
Friday, September 20, 2024
Homeଓଡିଶାମହିଳା ଇନସ୍ପେକ୍ଟର ସନ୍ଧ୍ୟାରାଣୀ ଜେନା ନିଲମ୍ବିତ

ମହିଳା ଇନସ୍ପେକ୍ଟର ସନ୍ଧ୍ୟାରାଣୀ ଜେନା ନିଲମ୍ବିତ

ଝାରସୁଗୁଡ଼ା : ଲଖନପୁର ଥାନାର ପୂର୍ବତନ ମହିଳା ଇନସ୍ପେକ୍ଟର ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ପୋଲିସ ମୁଖ୍ୟାଳୟରୁ ନିଲମ୍ବନ ଆଦେଶ ଜାରି କରାଯାଇଛି । ଗତ ସପ୍ତାହରେ ଝାରସୁଗୁଡ଼ା ଏସ୍‌ପି ମଧ୍ୟ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଥାନାରୁ ପ୍ରତ୍ୟାହାର କରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରିଥିଲେ । ତଦନ୍ତ ରିପୋର୍ଟ ପ୍ରଦାନ ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ଗତ ୮ ତାରିଖରେ ଜାତୀୟ ରାଜପଥ-୪୯ର ବେଲପାହାଡ଼ ଲଖନପୁର ମଧ୍ୟରେ ବଞ୍ଜାରୀ ଲିଲାରୀ ସେତୁ ନିକଟରେ ଦୁର୍ଘଟଣାରେ ମୃତକଙ୍କ ଶବକୁ ବେଲପାହାଡ଼ ଥାନା ପରିସରରେ ରଖି ତଦନ୍ତକୁ ଏଡ଼ାଇବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଥିଲା । ୨୦୨୦ ମସିହାରେ ସନ୍ଧ୍ୟାରାଣୀ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଆଇଆଇସି ଭାବେ ଥିବା ବେଳେ, ଜଣେ ଅଭିଯୁକ୍ତଙ୍କୁ ମାଡ ମାରିବା ଅଭିଯୋଗ ଘଟଣାରେ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଥିଲେ । ସେହି ଘଟଣାକୁ କେନ୍ଦ୍ର କରି ରାଜ୍ୟ ମାନବାଧିକାର କମିଶନ ତାଙ୍କୁ ଆଉ କୌଣସି ଥାନାରେ ତିନି ବର୍ଷ କାଳ ପର୍ୟ୍ୟନ୍ତ ଆଇଆଇସି ଭଳି ପଦବିରେ ଅବସ୍ଥାପିତ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଲଖନପୁର ଥାନାରେ ତାଙ୍କୁ ଆଇଆଇସି ଦାୟିତ୍ୱରେ ରଖାଯାଇଥିବା ଅଭିଯୋଗ ହୋଇ ଆସୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking