19.1 C
Bhubaneswar
Tuesday, December 24, 2024
Homeଓଡିଶାବିଲକିସ ବାନୋ ଗଣଦୁଷ୍କର୍ମ ମାମଲା: ବିଳମ୍ବିତ ରାତିରେ ଆତ୍ମସମର୍ପଣ କଲେ ୧୧ ଦୋଷୀ

ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା: ବିଳମ୍ବିତ ରାତିରେ ଆତ୍ମସମର୍ପଣ କଲେ ୧୧ ଦୋଷୀ

ଭୁବନେଶ୍ୱର: ପୁଣି ଜେଲ ଗଲେ ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଦୋଷୀ । ରବିବାର ବିଳମ୍ବିତ ରାତିରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଦୋଷୀମାନେ ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ଉପକାରାଗାରରେ ଆତ୍ମସମର୍ପଣ କରିଛନ୍ତି । ଏନେଇ ଗୋଧ୍ରା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୧୪ ବର୍ଷର ସଜ୍ଜା ଭୋଗିବା ପରେ ୨୦୨୨ ଅଗଷ୍ଟ ମାସରେ ସ୍ୱତନ୍ତ୍ର ଆଇନ ବଳରେ ଦୋଷୀମାନଙ୍କୁ ମୁକ୍ତ କରିଥିଲେ ଗୁଜୁରାଟ ସରକାର ।

ଏହାକୁ ବିରୋଧ କରି ପୀଡିତା ବିଲକିସ ବାନୋ ଓ କିଛି ସାମାଜିକ ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବିଲକିସ ବାନୋଙ୍କ ସପକ୍ଷରେ ରାୟ ଶୁଣାଇବା ସହ ଦୋଷୀମାନଙ୍କୁ ଜେଲରେ ଆତ୍ମସମର୍ପଣ କରିବା ପାଇଁ ଜାନୁଆରୀ ୨୧ ତାରିଖ ପର‌୍ୟ୍ୟନ୍ତ ସମୟ ଦେଇଥିଲେ ।

ସୂଚନା ଯୋଗ୍ୟ, ୨୦୦୨ ମସିହାରେ ଗୁଜୁରାଟ ରାଜ୍ୟର ଗୋଧ୍ରାରେ ସଂଗଠିତ ଦଙ୍ଗା ସମୟରେ ବିଲକିସ ବାନୋଙ୍କ ସହ ଲୋମହର୍ଷଣକାରୀ ଘଟଣା ଘଟିଥିଲା । ବୋନୋ ୫ ମାସର ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କ ସହ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ ୩ ବର୍ଷୀୟ ଶିଶୁକନ୍ୟା ସମେତ ପରିବାରର ମୋଟ ୭ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହାସହିତ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking