ମୁମ୍ଵାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି। ସେ ତାଙ୍କର ପ୍ରଥମ ରେଷ୍ଟୁରାଣ୍ଟ ଲଞ୍ଚ କରିଛନ୍ତି। ପ୍ରତମେ ଅଭିନୟ ପରେ ଉଦ୍ୟୋଗୀ ଏବଂ ବର୍ତ୍ତମାନ ଅଭିନେତ୍ରୀ ଏକ ନୂତନ ରେଷ୍ଟୁରାଣ୍ଟର ମାଲିକ ହୋଇଛନ୍ତି । ଯାହାର ଭିଡିଓ ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସନ୍ନି ତାଙ୍କ ନୂତନ ରେଷ୍ଟୁରାଣ୍ଟର ନାମ ‘ଚିକାଲୋକା’ ରଖିଛନ୍ତି । ସେ ତାଙ୍କ ସ୍ୱାମୀ ଡାନିଏଲ୍ ୱେବରଙ୍କ ସହ ନୋଏଡାରେ ଏହାର ଆରମ୍ଭ କରିଛନ୍ତି। ସେ ନିଜ ପ୍ରଶଂସକଙ୍କ ସହ ରେଷ୍ଟୁରାଣ୍ଟର କିଛି ଝଲକ ଦେଖାଇଛନ୍ତି। ଏଥିସହ ସେ ନିଜର ଇଚ୍ଛା ପ୍ରକାଶ କରି କହିଛନ୍ତି ଯେ ଦୁନିଆକୁ ଜିତିବା ପାଇଁ।
ଏକ ସାକ୍ଷାତକାରରେ ସନ୍ନି ଲିଓନ କହିଛନ୍ତି ଯେ ରେଷ୍ଟୁରାଣ୍ଟ ଖୋଲିବା ବ୍ୟତୀତ ସେ ଅଧିକ ଆଇଡିଆ ଉପରେ କାମ କରିବାକୁ ଚାହୁଁଛନ୍ତି। ସେ ବିଶ୍ୱାସ କରନ୍ତି ମନୋରଞ୍ଜନରେ ନିଜକୁ ସୀମିତ ନକରି ସେମାନଙ୍କ ବ୍ରାଣ୍ଡ ମୂଲ୍ୟ ଅନୁସରଣ କରିବା ଉଚିତ୍। ସନ୍ନି କହିଛନ୍ତି, ‘ମୁଁ ବିଶ୍ୱାସ କରେ ଯେ ଅଭିନେତା ଭାବରେ ଆମେ କେବଳ ଚଳଚ୍ଚିତ୍ର କିମ୍ବା ଟିଭିରେ ସୀମିତ ରହିବା ଉଚିତ୍ ନୁହେଁ, ବରଂ ଆମେ ସେହି ଜୋନ୍ ବାହାରକୁ ଯାଇ ନୂଆ ଜିନିଷ ଚେଷ୍ଟା କରିବା ଉଚିତ । ଯାହା ଦ୍ଵାରା ଆମେ ଆମର ବ୍ରାଣ୍ଡ୍କୁ ଆହୁରି ବିସ୍ତାର କରିପାରିବା।’