28.1 C
Bhubaneswar
Monday, October 28, 2024
Homeଓଡିଶାଦୁର୍ଘଟଣା : ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

ଦୁର୍ଘଟଣା : ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

ଚୌଦ୍ୱାର : ଦୁର୍ଘଟଣାର ଶିକାର ହେଲେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ । କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଧାରକର ବସନ୍ତଙ୍କ ଗାଡି। ତେବେ ଗୁରୁତର ଅବସ୍ଥାରେ ସୁଧାକର ବସନ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବାରିପଦାକୁ ସୁଟିଂ କରିବାକୁ ଯାଇଥିଲେ ସୁଧାକର ବସନ୍ତ । ସେଠାରୁ ଭୁବନେଶ୍ୱର ଫେରିବା ସମୟରେ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍‌ ସମ୍ମୁଖରେ ଘଟିଲା ଦୁର୍ଘଟଣା । ମଙ୍ଗୁଳି ଛକରେ ବେଆଇନ୍‌ ଭାବେ ପାର୍କିଂ କରିଥିବା ଏକ ଟ୍ରକକୁ ପଛ ପଟପ ଧକ୍କା ଦେଇଥିଲା ସୁଧାକର ବସନ୍ତଙ୍କୁ ଗାଡି । ଯାହାଫଳରେ ସେ ଗୁରୁତର ହୋଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀମାନେ ସୁଧାକର ବସନ୍ତଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ । ତେବେ ଗାଡ଼ିରେ ଡ୍ରାଇଭର ଓ ସୁଧାକର ବସନ୍ତଙ୍କୁ ମିଶାଇ ଦୁଇ ଜଣ ଥିଲେ । ଡ୍ରାଇଭର ଅବସ୍ଥା ଭଲ ଥିବା ବେଳେ ସୁଧାକରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking