32.1 C
Bhubaneswar
Saturday, October 19, 2024
Homeଓଡିଶାବିଷ ଦେଇ ନିରୀହ କୁକୁରଙ୍କୁ ହତ୍ୟା ଅଭିଯୋଗ

ବିଷ ଦେଇ ନିରୀହ କୁକୁରଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର : ବିଷ ଦେଇ ନିରୀହ କୁକୁରଙ୍କୁ ହତ୍ୟା ଅଭିଯୋଗ । ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଅଭିଯୋଗ କଲେ ପଶୁ ପ୍ରେମୀ । ତିନୋଟି ବଡ ଓ ୪ଟି ଛୁଆ କୁକୁରକୁ କେହି ଖାଦ୍ୟରେ ବିଷ ଦେଇ ହତ୍ୟା କରିଛି । ପିସିଆର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୋଟିଏ ନୁହଁ କି ଦୁଇଟି ନୁହଁ ସାତ ସାତୋଟି ନିରୀହ ଜୀବକୁ କେହି ଖାଦ୍ୟରେ ବିଷ ଦେଇ ହତ୍ୟା କରିଛି ।

ଅକାଳରେ ଚାଲିଯାଇଛି ତିନୋଟି ବଡ କୁକୁର ଓ ଚାରୋଟି ଛୁଆ କୁକୁରଙ୍କ ଜୀବନ । ସକାଳ ପାଇଲେ ଯେଉଁମାନେ ଏହି ନିରୀହ ପଶୁମାନଙ୍କୁ ଆଦର କରୁଥିଲେ ସେମାନେ ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି । ଗୁରୁବାର ରାତିରେ କେହି ଦୁର୍ବୃତ୍ତ ଏହି ନିରୀହ ପଶୁମାନଙ୍କୁ କୁକୁଡା ମାଂସ ଖାଇବାକୁ ଦେଇଛି । ଯେଉଁ ମାଂସ ଖାଇବା ପରେ ଏମାନେ ପ୍ରାଣ ହରାଇଛନ୍ତି । ପଶୁ ପ୍ରେମୀମାନେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଖଣ୍ଡଗିରି ପିସିଆର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଯିଏ ଏଭଳି କାଣ୍ଡ ଘଟାଇଛି ତାକୁ ଶାସ୍ତି ମିଳୁ ବୋଲି ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking