27.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶପାକିସ୍ତାନ ବିପକ୍ଷ ସିରିଜ୍‌ରୁ ୱିଲିଅମ୍‌ସନ୍ ବାଦ୍

ପାକିସ୍ତାନ ବିପକ୍ଷ ସିରିଜ୍‌ରୁ ୱିଲିଅମ୍‌ସନ୍ ବାଦ୍

କ୍ରାଏଷ୍ଟ୍‌ଚର୍ଚ୍ଚ : ନ୍ୟୁଜିଲାଣ୍ଡ କ୍ୟାପ୍‌ଟେନ୍ କେନ୍ ୱିଲିଅମ୍‌ସନ୍ ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି । ଦ୍ୱିତୀୟ ଟି-୨୦ରେ ବ୍ୟାଟିଂ ବେଳେ ହାମ୍‌ଷ୍ଟ୍ରିଙ୍ଗ୍ ଇନ୍‌ଜୁରୀ ଯୋଗୁଁ ତାଙ୍କୁ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିଅନ୍ ଫେରିବାକୁ ପଡ଼ିଥିଲା । ୱିଲିଅମ୍‌ସନ୍‌ଙ୍କ ସ୍ଥାନରେ ୱିଲ୍ ୟଙ୍ଗ୍‌ଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯାଇଥିବା ବେଳେ ଟିମ୍ ସିଫର୍ଟ କେନ୍‌ଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ଖେଳିବେ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଆଉ ତିନିଟି ମ୍ୟାଚ୍ ବାକି ଥିବାବେଳେ ଟିମ୍ ସାଉଦୀ ନ୍ୟୁଜିଲାଣ୍ଡ୍ ଟିମ୍ ନେତୃତ୍ୱ ନେବେ ।

ଗତବର୍ଷ ହାମ୍‌ଷ୍ଟ୍ରିଙ୍ଗ୍ ଇନ୍‌ଜୁରୀ କାରଣରୁ ୱିଲିଅମ୍‌ସନ୍ ପୂରା ଆଇପିଏଲ୍ ଖେଳିପାରି ନଥିଲେ । ସେହିପରି ଦିନିକିଆ ବିଶ୍ୱକପ୍‌ର ଅଧା ମ୍ୟାଚ୍‌ରୁ ବାଦ୍ ପଡ଼ିଥିଲେ । ୱିଲିଅମ୍‌ସନ୍‌ଙ୍କ ସେହି ହାମ୍‌ଷ୍ଟ୍ରିଙ୍ଗ୍‌ରେ ପୁଣିଥରେ ଆଘାତ ଲାଗିଛି । ତେବେ ସେ କେତେ ସମୟ ପାଇଁ ଟିମ୍‌ରୁ ବାଦ୍ ପଡ଼ିଛନ୍ତି, ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ । ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking