21.1 C
Bhubaneswar
Friday, November 15, 2024
Homeଦେଶ ବିଦେଶକୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ୱାରା ଦିଆଯିବ ମୃତ୍ୟୁଦଣ୍ଡ

କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ୱାରା ଦିଆଯିବ ମୃତ୍ୟୁଦଣ୍ଡ

ୱାଶିଂଟନ :  ଆମେରିକାର ଆଲାବାମାରେ ଆଉ ଦିଆଯିବନି ଫାଶୀ। କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ନାଇଟ୍ରୋଜେନ ହାଇପୋକ୍ସିଆ ମାଧ୍ୟମରେ ମୃତ୍ୟୁଦଣ୍ଡ ଦିଆଯିବ । ଜାନୁଆରୀ ୨୫ରେ ନାଇଟ୍ରୋଜେନ ହାଇପୋକ୍ସିଆ ମାଧ୍ୟମରେ ମୃତ୍ୟୁଦଣ୍ଡ ଦିଆଯିବ। ଫାଶୀ ହେବାର ଏହି ପଦ୍ଧତି ଅତ୍ୟନ୍ତ ଯନ୍ତ୍ରଣାଦାୟକ ନୁହେଁ । ତେଣୁ ଦୋଷୀଙ୍କୁ ଫାଶୀ ବଦଳରେ ନାଇଟ୍ରୋଜେନ ହାଇପୋକ୍ସିଆରେ ମୃତ୍ୟୁ ଦଣ୍ତରେ ଦଣ୍ଡିତ କରାଯିବ । ଆମେରିକାରେ ପ୍ରଥମଥର ପାଇଁ ଏହି ପଦ୍ଧତି ପ୍ରୟାଗ କରାଯିବ । ଆଲେନ୍ ଇଉଜିନ୍ ମିଲରଙ୍କ ଉପରେ ମୃତ୍ୟୁଦଣ୍ଡର ଏହି ପଦ୍ଧତି ପ୍ରଥମ ଥର ପାଇଁ ପ୍ରୟୋଗ କରାଯିବ । ପୂର୍ବରୁ ଇଞ୍ଜେକ୍ସନ ମାଧ୍ୟମରେ ମୃତ୍ୟୁଦଣ୍ଡ ଦିଆଯିବାର ଥିଲା । ମାତ୍ର ଏହି ପଦ୍ଧତି ଜଣାପଡିବା ପରେ ଦଣ୍ଡ ଦେବା ପଦ୍ଧତି ପରିବର୍ତ୍ତନ କରାଯାଇଛି । କାରଣ ଏହା ଏକ ଯନ୍ତ୍ରଣାଦାୟକ ପଦ୍ଧତି । ୧୯୯୯ରେ ଆଲେନ୍ ଇଉଜିନ୍ ମିଲର ଅଫିସରେ ୩ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହା ପରେ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହି ଦଣ୍ଡ ଆମେରିକାରେ ପାଞ୍ଚ ବର୍ଷ ପୂର୍ବେ ଅନୁମୋଦିତ ହୋଇଥିଲା, କିନ୍ତୁ ଏହା ଏପର୍ଯ୍ୟନ୍ତ ବ୍ୟବହୃତ ହୋଇନଥିଲା।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking