27.1 C
Bhubaneswar
Sunday, October 20, 2024
Homeଖେଳଶ୍ରୀଲଙ୍କା ଟି-୨୦ ଟିମ୍‌ରେ ଆଞ୍ଜେଲୋ ମାଥ୍ୟୁସ୍

ଶ୍ରୀଲଙ୍କା ଟି-୨୦ ଟିମ୍‌ରେ ଆଞ୍ଜେଲୋ ମାଥ୍ୟୁସ୍

କଲମ୍ବୋ: ଜିମ୍ବାୱେ ବିପକ୍ଷ ଘରୋଇ ଟି-୨୦ ସିରିଜ୍ ପାଇଁ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ୍‌ଙ୍କୁ ଶ୍ରୀଲଙ୍କା ଟିମ୍‌ରେ ସାମିଲ କରାଯାଇଛି । ଶେଷଥର ପାଇଁ ୨୦୨୧ରେ ଶ୍ରୀଲଙ୍କା ପାଇଁ ଖେଳିଥିବା ୩୬ ବର୍ଷୀୟ ଏହି ଖେଳାଳି ପୁଣି ଥରେ ବିଶ୍ୱକପ୍ ବର୍ଷରେ ଟିମ୍‌କୁ ଫେରିଛନ୍ତି । ୨୦୨୧ରୁ ମଧ୍ୟ ସେ ୫୦ ଓଭର ଫର୍ମାଟରୁ ବାଦ୍ ପଡ଼ିଥିଲେ । ମାତ୍ର ଟିମ୍‌ରେ ଆହତ କାରଣରୁ ପରବର୍ତ୍ତୀ ସମୟରେ ସେ ବଦଳ ଖେଳାଳି ଭାବେ ଟିମ୍‌କୁ ଫେରିଥିଲେ ।

ଛୋଟ ଫର୍ମାଟ୍‌ର ପୂର୍ଣ୍ଣକାଳୀନ ଅଧିନାୟକ ୱାନିନ୍ଦୁ ହସରଙ୍ଗା ଏହି ସିରିଜ୍‌ରେ ନେତୃତ୍ୱ ଦାୟିତ୍ୱ ତୁଲାଇବେ । ଚାରିଥ୍ ଅସଲଙ୍କା ତାଙ୍କ ଡେପୁଟି ହେବେ । ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ହସରଙ୍ଗାଙ୍କ ବ୍ୟତୀତ ନୱନ୍ ତୁଷାରା ଏବଂ ଅକିଲା ଧନଞ୍ଜୟ ଭଳି ଖେଳାଳି ମଧ୍ୟ ଟିମ୍‌ରେ ସ୍ଥାନ ପାଇଛନ୍ତି । ଧନଞ୍ଜୟଙ୍କ ପ୍ରତ୍ୟାବର୍ତ୍ତନ ଆଗାମୀ ଟି-୨୦ ବିଶ୍ୱକପ୍‌ରେ ଟିମ୍‌ର ସ୍ପିନ୍ ଆକ୍ରମଣକୁ ଆହୁରି ଦୃଢ଼ କରିବ । ସେହିପରି ସ୍ପିନ୍ ଅଲ୍‌ରାଉଣ୍ଡର୍ କମିନ୍ଦୁ ମେଣ୍ଡିସ୍‌ଙ୍କର ଟିମ୍‌କୁ ପ୍ରତ୍ୟାବର୍ତ୍ତନ ଘଟିଥିବା ବେଳେ ଦୁନିଥ୍ ୱାଲାଲାଗେ ଏବଂ ଚାମିକା କରୁଣାରତ୍ନେ ବାଦ୍ ପଡ଼ିଛନ୍ତି । ତେବେ ଓପ୍ନର୍ ପାଥୁମ୍ ନିସଙ୍କା ଖେଳିବା ତାଙ୍କ ଫିଟ୍‌ନେସ୍ ଉପରେ ନିର୍ଭର କରୁଛି ।

ଶ୍ରୀଲଙ୍କା ସ୍କ୍ୱାଡ୍‌: ୱାନିନ୍ଦୁ ହସରଙ୍ଗା (ଅଧିନାୟକ), ଚରିଥ୍ ଅସଲଙ୍କା (ଉପଅଧିନାୟକ), କୁସଳ ମେଣ୍ଡିସ୍‌, ସଦୀରା ସମରବିକ୍ରମା, କୁସଳ ପରେରା, ଆଞ୍ଜେଲୋ ମାଥ୍ୟୁସ୍‌, ଦାସୁନ ଶନାକା । ଧନଞ୍ଜୟ ଡି ସିଲ୍‌ଭା, କାମିନ୍ଦୁ ମେଣ୍ଡିସ୍‌, ପାଥୁମ ନିସଙ୍କା (ଫିଟ୍ନେସ୍ ଉପରେ ନିର୍ଭରଶୀଳ), ମାହେଶ ଥିକ୍‌ସାନା, ଦୁଷ୍ମନ୍ତ ଚମୀରା, ଦିଲଶାନ ମଦୁଶଙ୍କା, ମାଥିଶା ପାଥିରାନା, ନୁୱନ୍ ତୁଷାରା, ଅକିଲା ଧନଞ୍ଜୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking