31.1 C
Bhubaneswar
Sunday, October 20, 2024
Homeଓଡିଶାକଲେଜ କ୍ୟାମ୍ପସ ହେବ ନିଶାମୁକ୍ତ; ଅଧ୍ୟାପକ ଓ ଅଧ୍ୟାପିକା ଦେବେ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ

କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ; ଅଧ୍ୟାପକ ଓ ଅଧ୍ୟାପିକା ଦେବେ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ

ଭୁବନେଶ୍ୱର: ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ କ୍ୟାମ୍ପସକୁ ନିଶା ମୁକ୍ତ କରିବା ପାଇଁ ସୁପାରିଶ କରାଯାଇଥିଲା । ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ୱବିଦ୍ୟାଳୟରେ ଏହି ନିୟମ ଲାଗୁ କରାଯିବ । କଲେଜ କ୍ୟାମ୍ପସ ହେବ ସମ୍ପୂର୍ଣ୍ଣ ନିଶା ମୁକ୍ତ । କେବଳ ଛାତ୍ରଛାତ୍ରୀ ନୁହେଁ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଏଣିକି ଦାଖଲ କରିବେ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ୍ । ବିଧାନସଭା ଷ୍ଟାଣ୍ଡିଂ କମିଟି ଏହି ସୁପାରିଶ କରିଛି । ଏନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ କହିଛନ୍ତି । ଏହି ନିଷ୍ପତ୍ତିକୁ ୬୬୨ କଲେଜ ଅଧ୍ୟକ୍ଷ ସଂଘ ସ୍ୱାଗତ କରିଛି ।

ଆଜି ବିଧାନସଭାରେ ବସିଥିଲା ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ । ଏଥିରେ କଲେଜ କ୍ୟାମ୍ପସକୁ ନିଶା ମୁକ୍ତ କରିବା ପାଇଁ ସୁପାରିଶ କରାଯାଇଥିଲା । ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ୱବିଦ୍ୟାଳୟରେ ଏହି ନିୟମ ଲାଗୁ କରାଯିବ । କିଛି ଦିନ ତଳେ ୟୁଜିସି ଛାତ୍ରଛାତ୍ରୀଙ୍କୁ ଆଣ୍ଟି ଡ୍ରଗ୍ସ ଡିକ୍ଲାସନ ଦେବାଲାଗି ଦେଶର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଥିଲା । ଯାହାକୁ ରାଜ୍ୟ ସରକାର ଲାଗୁ କରିଛନ୍ତି । ଏବେ ନୂଆ ନିୟମ ଅନୁସାରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ଆଣ୍ଟି ଡ୍ରଗ ଡିକ୍ଲାରେସନ ଦେବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛି ।

ଏହାଦ୍ୱାରା କଲେଜ ବା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିଶା ମୁକ୍ତ ହୋଇପାରିବ । ବିଧାନସଭା ଷ୍ଟାଣ୍ଡିଂ କମିଟିର ଏପରି ସୁପାରିଶକୁ ନେଇ ୬୬୨ କଲେଜ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି, ଐତିହାସିକ ନିଷ୍ପତ୍ତି କ୍ରମେ ଅଧ୍ୟାପକ ଓ ଅଧ୍ୟାପକମାନେ ଆଣ୍ଟି ଡ୍ରଗ ଡିକ୍ଲାରେସନ ଦେବେ । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହାକୁ ସଂଗଠନ ଓ ଅଧ୍ୟାପିକ ଏବଂ ଅଧ୍ୟାପକଙ୍କ ତରଫରୁ ସ୍ୱାଗତ କରୁଛୁ । ଅଧ୍ୟାପିକା ଓ ଅଧ୍ୟପକମାନେ ଯଦି ମାର୍ଜିତ ନହେବେ, ଛାତ୍ରଛାତ୍ରୀଙ୍କ ଉପରେ ତା’ର ପ୍ରଭାବ ପଡ଼ିବ । ତେଣୁ ଆମେ ମାର୍ଜିତ ହେବୁ ଓ ଆମ ପିଲାମାନଙ୍କୁ ମାର୍ଜିତ କରିବୁ ବୋଲି ଶ୍ରୀ ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking