25.1 C
Bhubaneswar
Sunday, October 20, 2024
Homeଓଡିଶାଶିମିଳିପାଳ ଅଭୟାରଣ୍ୟରେ ୪ ଟି କଳାବାଘ ଠାବ

ଶିମିଳିପାଳ ଅଭୟାରଣ୍ୟରେ ୪ ଟି କଳାବାଘ ଠାବ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଏକା ସମୟରେ ଠାବ ହେଲେ ୪ ଟି ବିରଳ କଳାବାଘ । ଏହି ବାଘ ଗୁଡିକ ଜଙ୍ଗଲରେ ଏକାଠି ବୁଲୁଥିବା ବେଳେ ବନ ବିଭାଗ କ୍ୟାମେରାରେ କଏଦ ହୋଇଛି । ଏହାର ଏକ ଭିଡିଏ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ।

ଜାରି ହୋଇଥିବା ଭିଡିଓରେ ସମସ୍ତ ବାଘ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି । ଏମାନଙ୍କୁ ସିଡୋ ମେଲାନିଷ୍ଟିକ ଟାଇଗର ବୋଲି ମଧ୍ୟ କୁହାଯାଏ । ତେବେ ଶିମିଳିପାଳ ଅଭୟାରଣ୍ୟରେ କେବଳ ୧୦ଟି ସିଡୋ ମେଲାନିଷ୍ଟିକ ବା କଳାବାଘ ରହିବା ନେଇ ପୂର୍ବରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଥିବାବେଳେ, ଏହି ୪ ଟି ବାଘ ଚିହ୍ନଟ ପରେ ସମ୍ପୂର୍ଣ୍ଣ ରୂପେ ଚିହ୍ନଟ ହୋଇଛି ଯେ, ଏହା ଉକ୍ତ ଜଙ୍ଗଲର ବୋଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking