ଭୁବନେଶ୍ୱର: ଦଶପଲ୍ଲାକୁ ଗଡ଼ିବ ୪ ଟ୍ରେନ । ଆସନ୍ତାକାଲି ସମ୍ପ୍ରସାରଣର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭୁବନେଶ୍ବର-ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ବର -ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ,ପୁରୀ-ନୂଆଗାଁ ରୋଡ଼ ପାସେଞ୍ଜର ସ୍ପେଶାଲ, ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନ ଗୁଡ଼ିକର ସମ୍ପ୍ରସାରଣ କରାଯିବ । ସେହିପରି ରେଳମନ୍ତ୍ରୀଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପର ଦଶପଲ୍ଲା ଷ୍ଟେସନ ବିଲ୍ଦିଂ ଏବଂ ନବ ନିର୍ମିତ ନୂଆଗାଁ -ଦଶପଲ୍ଲା ରେଳ ସେକ୍ସନର ଉଦଘାଟନ ହେବ ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲ୍ଲା ଠାରେ ରେଳବାଇ କାର୍ୟ୍ୟକ୍ରମରେ ଏବଂ କଣ୍ଟିଲୋରେ ଡାକ ବିଭାଗ କାର୍ୟ୍ୟକ୍ରମରେ ଯୋଗଦେବେ । ୬ ଜାନୁଆରୀ ୨୦୨୪ ରେ ଖଣ୍ଡପଡ଼ା ଠାରେ ଏବଂ ୭ ଜାନୁଆରୀ ୨୦୨୪ ରେ ଆଠଗଡ଼, ବଡମ୍ବା ଏବଂ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ୟ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବେ ।
ଅଶ୍ୱିନୀ ବୈଷ୍ଣବ ୬ ଜାନୁଆରୀ ୨୦୨୪ ରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଦଶପଲ୍ଲା ରେଳ ଷ୍ଟେସନ ବିଲଡିଂ ଏବଂ ନବ ନିର୍ମିତ ନୂଆଗାଁ-ଦଶପଲ୍ଲା ରେଳ ସେକ୍ସନର ଉଦଘାଟନ କରିବା ସହିତ ୪ ଟି ଟ୍ରେନର ଦଶପଲ୍ଲା ପର୍ୟ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ।