29.1 C
Bhubaneswar
Saturday, October 5, 2024
Homeଓଡିଶାବନ୍ଧାହେଲେ ପାହାଡ଼ି ଗ୍ୟାଙ୍ଗ ଲୁଟେରା

ବନ୍ଧାହେଲେ ପାହାଡ଼ି ଗ୍ୟାଙ୍ଗ ଲୁଟେରା

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ‘ତିନ ପାହାଡ଼ି’ ଲୁଟେରା ଗ୍ୟାଙ୍ଗ । ଗ୍ୟାଙ୍ଗର ୯ ଜଣଙ୍କୁ ବାନ୍ଧିଛି କ୍ୟାପିଟାଲ ଥାନା ପୋଲିସ । ଏଥିରେ ରହିଛି ଜଣେ ନାବାଳକ । ଗିରଫ ସମସ୍ତ ଲୁଟେରା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆସାମ ଅଞ୍ଚଳର । ‘ତିନ ପାହାଡି’ ଲୁଟେରା ଗ୍ୟାଙ୍ଗର ଟାର୍ଗେଟରେ ଥିଲା ମୋ ବସ ଓ ଭୁବନେଶ୍ୱରର ବିଭିନ୍ନ ଅଂଚଳ ।

୩ ଥାକରେ ଏହି ଗ୍ୟାଙ୍ଗ କରୁଥିଲା ଲୁଟ । ଦରମା ଦେଇ ଗ୍ୟାଙ୍ଗ ଲିଡର ଲୁଟେରାଙ୍କୁ ଦେଉଥିଲା ନିଯୁକ୍ତି । ଟାର୍ଗେଟରେ ଥିଲା ମୋବାଇଲ । ତେବେ ମୋବାଇଲ ଲୁଟ ପଛର ଉଦ୍ଦେଶ୍ୟ ଥିଲା ୟୁପିଆଇ ମାଧ୍ୟମରେ ଲୋକଙ୍କ ଟଙ୍କା ଲୁଟିବା । ରାଜଧାନୀରେ ମାତିଥିଲେ ‘ତିନ ପାହାଡ଼ି’ ଗ୍ୟାଙ୍ଗ । ଭିଡରେ ପଶି ମୋବାଇଲ ଲୁଟୁଥିଲେ । ପରେ ଚୋରି ମୋବାଇଲରେ ଆକ୍ଟିଭ ଥିବା ୟୁପିଆଇ ଦ୍ବାରା ଅନଲାଇନ ବ୍ୟାଙ୍କ ଖୋଲି ଲକ୍ଷ ଲକ୍ଷ ଟଙ୍କା ସଫା କରି ଦେଉଥିଲେ । ଏଭଳି ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ ।

ଗ୍ରୁପର ୮ ଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିବା ପରେ ସାମ୍ନାକୁ ଆସିଛି ଆନ୍ତ ରାଜ୍ୟ ଲୁଟେରା ଗ୍ୟାଙ୍ଗର ଭୟଙ୍କର ମାଷ୍ଟରପ୍ଲାନ । ଗିରଫ ଲୁଟେରା ସବୁ ଆସାମ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଅଞ୍ଚଳର । ଏମାନଙ୍କ ନିକଟରୁ ୨୨ ମୋବାଇଲ, ୧୮ ସିମ କାର୍ଡ ଏବଂ ଲକ୍ଷେ ୩୦ ହଜାର ଟଙ୍କା ସହ ମେମୋରୀ ଚିପ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking