30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶ୨୪ ଘଣ୍ଟାରେ ୫୭୩ ନୂଆ ସଂକ୍ରମିତ ଚିହ୍ନଟ

୨୪ ଘଣ୍ଟାରେ ୫୭୩ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ସାମାନ୍ୟ ବ୍ରେକ୍ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ୫୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନ କୋଭିଡ୍-୧୯ ମାରାତ୍ମକ ଭୂତାଣୁ ୨ଜଣଙ୍କ ଜୀବନ ନେଇଛି । କର୍ଣ୍ଣାଟକ ଓ ହରିୟାଣାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ନୂଆ କୋଭିଡ୍ କେସକୁ ମିଶାଇ ଦେଶରେ ସକ୍ରିୟ ମାମଲା ୪,୫୬୫କୁ ବୃଦ୍ଧି ପାଇଛି । ସେହିଭଳି ଗୋଟିଏ ଦିନରେ ୪୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ମୋଟ୍ କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀଙ୍କ ସଂଖ୍ୟା ହେଲା  ୪,୪୪,୭୬,୫୫୦ । ସେହିଭଳି ୨ ନୂଆ ମୃତ୍ୟୁ ମାମଲାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୫,୩୩,୩୬୨ରେ ପହଞ୍ଚିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking