ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ଯାତ୍ରା । ଏହି କ୍ରମରେ ପୁରୀରୁ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖକୁ ନିମନ୍ତ୍ରଣ ପତ୍ର ଆସିଛି । ଝାଞ୍ଜ ମୃଦଙ୍ଗର ଶବ୍ଦରେ ଉଛୁଳି ପଡୁଛି ଶ୍ରୀଲିଙ୍ଗରାଜଙ୍କ ପୀଠ । ପୁରା ପରିବେଶରେ ଭିନ୍ନ ପ୍ରକାର ମହୋଲ ଦେଖିବାକୁ ମିଳିଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ପହଞ୍ଚିଛନ୍ତି ।
ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପାଖୁ ନିମନ୍ତ୍ରଣ ପତ୍ର ପଠାଯିବାର ସୂଚନା ରହିଛି । ଏହାପରେ ରାଜ୍ୟର ବିଭିନ୍ନ ଦେବାଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିରକୁ ଯାଇ ନିମନ୍ତ୍ରଣ କରିବେ ପ୍ରତିନିଧି ଦଳ ।