ଭୁବନେଶ୍ୱର : କାମିୟା ଜାନି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କଲା କଂଗ୍ରେସ । କ୍ଷମା ପ୍ରାର୍ଥନା ଦାବି କଲେ ପିସିସି ସଭାପତି ଶରତ ପଟ୍ଟନାୟକ । କାହା ନିର୍ଦ୍ଦେଶରେ କାମିୟା ଜାନିଙ୍କୁ ନେଇ ଶ୍ରୀମନ୍ଦିର ଯାଇଥିଲେ ପାଣ୍ଡିଆନ । ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଇଥିଲେ ତେବେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ । ଭକ୍ତଙ୍କ ଭାବାବେଗ ସହ ଖେଳୁଛନ୍ତି କହିଲେ ଶରତ ପଟ୍ଟନାୟକ । ଆଗାମୀ ଦିନରେ ଦଳ ଚରମ ପଦକ୍ଷେପ ନେବ କହିଲେ ବିଜୟ ପଟ୍ଟନାୟକ । ବିବାଦୀୟ ମହିଳାଙ୍କୁ ମାହାପ୍ରସାଦ ପ୍ରଚାର ପାଇଁ ନବୀନ ଡାକିଥିଲେ କି ? ମହାପ୍ରସାଦ ପ୍ରଚାର ପାଇଁ କଣ ଏଭଳି ବ୍ଲଗରଙ୍କ ଆବଶ୍ୟକତା ପଡିଲା । ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ନଚେତ କଂଗ୍ରେସ ଚରମ ପଦକ୍ଷେପ ନେବ ।