16.1 C
Bhubaneswar
Monday, January 6, 2025
Homeଖେଳମହିଳା ଟେଷ୍ଟ୍‌: ଦୀପ୍ତି-ପୂଜାଙ୍କ ଶତକୀୟ ଭାଗୀଦାରୀ; ପ୍ରଥମ ଇନିଂସ୍‌ରେ ଭାରତ ୧୫୭ ରନ୍‌୍ ଅଗ୍ରଣୀ

ମହିଳା ଟେଷ୍ଟ୍‌: ଦୀପ୍ତି-ପୂଜାଙ୍କ ଶତକୀୟ ଭାଗୀଦାରୀ; ପ୍ରଥମ ଇନିଂସ୍‌ରେ ଭାରତ ୧୫୭ ରନ୍‌୍ ଅଗ୍ରଣୀ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ୍‌ରେ ମଧ୍ୟ ଭାରତୀୟ ମହିଳା ଟିମ୍‌ର ପ୍ରାଧାନ୍ୟ ଜାରି ରହିଛି । ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତ ୧୫୭ ରନ୍‌ର ପ୍ରଥମ ଇନିଂସ୍ ଅଗ୍ରଣୀ ଲାଭ କରିଛି । ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଦୀପ୍ତି ଶର୍ମା ୭୦ ଏବଂ ପୂଜା ବସ୍ତ୍ରାକାର ୩୩ ରନ୍ କରି ଅପରାଜିତ ଥିଲେ । ଦୁହିଁଙ୍କ ମଧ୍ୟରେ ୧୦୨ ରନ୍‌ର ଶତକୀୟ ଇନିଂସ୍ ହୋଇଛି । ଦୁହେଁ ତୃତୀୟ ଦିନ ଭାରତର ଅସମାପ୍ତ ପ୍ରଥମ ଇନିଂସ୍ ଆଗକୁ ବଢ଼ାଇବେ । ଅଷ୍ଟ୍ରେଲିଆର ଅଫ୍ ସ୍ପିନର୍ ଆଶ୍‌ଲେ ଗାର୍ଡନର୍ ୪ ୱିକେଟ୍ ଅକ୍ତିଆର କରିଛନ୍ତି । ମ୍ୟାଚ୍‌ର ପ୍ରଥମ ଦିନ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ୨୧୯ ରନ୍‌ରେ ସମାପ୍ତ ହୋଇଥିଲା । ଦ୍ୱିତୀୟ ଦିନ ଭାରତ ୯୮/୧ ସ୍କୋର୍‌ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ପୂର୍ବଦିନ ୪୩ ରନ୍‌ରେ ଅପରାଜିତ ଥିବା ସ୍ମୃତି ମନ୍ଧାନା ୭୪ ରନ୍ କରିଥିବା ବେଳେ ରନ୍‌ଆଉଟ୍ ହୋଇଥିଲେ । ତାଙ୍କର ଏହି ୧୦୬ ରନ୍‌ର ଇନିଂସ୍‌ରେ ୧୨ଟି ଚୌକା ସାମିଲ ଥିଲା । ନାଇଟ୍ ୱାଚ୍‌ମ୍ୟାନ୍ ସ୍ନେହ ରାଣା ୯ ରନ୍‌ରେ ହିଁ ଗାର୍ଡନର୍‌ଙ୍କ ଶିକାର ହୋଇଥିଲେ । ଫଳରେ ଭାରତର ସ୍କୋର୍ ୩ ୱିକେଟ୍‌ରେ ୧୪୭ ରନ୍ ହୋଇଥିଲା । ଏହାପରେ ରିଚା ଘୋଷ ଓ ଜେମିମା ରଡ୍ରିଗ୍ସ ଇନିଂସ୍ ସମ୍ଭାଳି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିବା ସହିତ ଟିମ୍‌କୁ ପ୍ରଥମ ଇନିଂସ୍‌ରେ ଅଗ୍ରଣୀ ପ୍ରଦାନ କରିଥିଲେ । ରିଚା ୧୦୪ ବଲ୍‌ରୁ ୭ ଚୌକା ସହାୟତାରେ ୫୨ ରନ୍ କରିଥିବା ବେଳେ କିମ୍ ଗାର୍ଥଙ୍କ ଶିକାର ହୋଇଥିଲେ ଏବଂ ଏହା ସହ ୧୨୩ ରନ୍‌ର ଭାଗୀଦାରୀ ଭାଙ୍ଗିଥିଲା । ୨୬୦ ରନ୍‌ରେ ଚତୁର୍ଥ ୱିକେଟ୍ ହରାଇବା ପରେ ଭାରତ ୨୭୫ ରନ୍ ବେଳକୁ ସପ୍ତମ ୱିକେଟ୍ ହରାଇଥିଲା । ଆଶ୍‌ଲେ ଗାର୍ଡନର୍ ୩ଟି ୱିକେଟ୍ ନେଇଥିଲେ । ସେ କ୍ୟାପ୍‌ଟେନ୍ ହରମନ୍‌ପ୍ରୀତ୍ କୌର୍‌(୦), ୟାସ୍ତିକା ଭାଟିଆ (୧) ଏବଂ ଜେମିମା (୭୩)ଙ୍କୁ ପ୍ୟାଭିଲିଅନ୍ ଫେରାଇଥିଲେ । ଜେମିମାଙ୍କ ୧୨୧ ବଲ୍‌ର ଇନିଂସ୍‌ରେ ୯ଟି ଚୌକା ସାମିଲ ଥିଲା । ସପ୍ତମ ୱିକେଟ୍ ପତନ ବେଳକୁ ୫୫ ରନ୍‌ରେ ଆଗୁଆ ଥିବା ଭାରତ ଅଲ୍‌ଆଉଟ୍ ଦ୍ୱାରଦେଶରେ ଉପସ୍ଥିତ ହୋଇଥିଲା । ମାତ୍ର ଦୀପ୍ତି ଶର୍ମା ଓ ପୂଜା ବସ୍ତ୍ରାକାର ଆଉ କୌଣସି ୱିକେଟ୍ ପତନ ଘଟିବାକୁ ନଦେଇ ଇନିଂସ୍ ଆଗେଇ ନେଇଥିଲେ । ଦୀପ୍ତି ଅର୍ଦ୍ଧଶତକ ପୂରଣ କରିବା ସହିତ ସ୍କୋର୍ ୩୦୦ ରନ୍ ପାର୍ କରାଇଥିଲେ । ପୂଜା ଅନ୍ୟପଟେ ତିଷ୍ଠିରହି ସ୍କୋର୍ ୩୫୦ ରନ୍ ପାର୍ କରିଥିଲେ । ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଭାରତ ୭ ୱିକେଟ୍ ବିନିମୟରେ ୩୭୬ ରନ୍ କରିଥିଲା । ଷ୍ଟମ୍ପ୍‌ସ ବେଳକୁ ଦୀପ୍ତି ୧୪୭ ବଲ୍‌ରୁ ୯ ଚୌକା ସହ ୭୦ ଓ ପୂଜା ୧୧୫ ବଲ୍‌ରୁ ୪ ଚୌକା ସହ ୩୩ ରନ୍‌ରେ ଅପରାଜିତ ଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଶ୍‌ଲେି ଗାର୍ଡନର୍ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ କିମ୍ ଗାର୍ଥ ଓ ଜେସ୍ ଜୋନାସେନ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking