ଯାଜପୁର : ଏ. ଆଇ ୟୁ ଟି ୟୁ ସି ସର୍ବ ଭାରତୀୟ କମିଟି ପକ୍ଷରୁ ଆହୁତ ଡିସେମ୍ବର ୧୫ରୁ ୨୧ ପ୍ରତିବାଦ ସପ୍ତାହ ଅବସରରେ ଆଜି ସ୍ଥାନୀୟ କଳିଙ୍ଗନଗର ଏ. ଡି. ଏମ. ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି |ସମସ୍ତ ବେକାରଙ୍କୁ ସ୍ଥାୟୀ ନିଯୁକ୍ତି, କାମ କରିବାର ଅଧିକାର କୁ ସାମ୍ବିଧାନିକ ସ୍ୱୀକୃତି ଦେବା, ବିଦ୍ୟୁତ ସଂଶୋଧନ ବିଲ ୨୦୨୨ କୁ ପ୍ରତ୍ୟାହାର କରିବା, ପ୍ରିପେଡ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା , ସର୍ବନିମ୍ନ ମାସିକ ପେନସନ ଦଶହଜାର ଟଙ୍କା,ସମସ୍ତ ପେନସନ ଧାରିଙ୍କୁ ପ୍ରଦାନ କରିବା, ଜାତୀୟ ସର୍ବନିମ୍ନ ମାସିକ ମଜୁରୀ ୨୮ହଜାର ଟଙ୍କା, ଅତ୍ୟାବଶ୍ୟକ ସାମଗ୍ରୀ ର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ଆଶା, ପାଚିକା ଓ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଦେବା ଆଦି ୨୪ ଦଫା ଦାବିରେ ଆଜି ଶ୍ରମିକ କର୍ମଚାରୀ ମାନେ ଗୋପବନ୍ଧୁ ଛକରୁ ଏକ ଶୋଭାଯାତ୍ରା ରେ ବାହାରି ଏ. ଡି. ଏମ. ଅଫିସ ସମ୍ମୁଖରେ ପହଂଚି ପ୍ରତିବାଦ ସଭା କରିଥିଲେ | ଏ. ଆଇ. ୟୁ ଟି ୟୁ ସି ର ଯାଜପୁର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ସଭାରେ ଯୋଗଦେଇ ସଂଗଠନର ରାଜ୍ୟ ସମ୍ପାଦକ ଶ୍ରମିକ ନେତା ଜୟସେନ ମେହେର ଓ ରାଜ୍ୟ କମିଟି ସଭ୍ୟ ସୁରେନ୍ଦ୍ର ମଲ୍ଲିକ ବକ୍ତବ୍ୟ ପ୍ରଦାନ କରି ସରକାର ମାନଙ୍କ ଶ୍ରମିକ ମାରଣ ନୀତି ର ତୀବ୍ର ସମାଲୋଚନା କରିଥିଲେ | ଶ୍ରମିକ ନେତା ରାଜ କିଶୋର ମହାନ୍ତ, ଶଙ୍କର ମାରାଣ୍ଡି ଙ୍କ ନେତୃତ୍ୱରେ ଏକ ପ୍ରତିନଧି ଦଳ ଏ. ଡି. ଏମ. ଙ୍କୁ ଭେଟି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ |