କୁଏତ : କୁଏତର ଅମୀର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ସମ୍ମାନାର୍ଥେ ସରକାର ଆଜି ସାରା ଦେଶରେ ଶୋକ ଦିବସ ଘୋଷଣା କରିଛନ୍ତି। ଗତକାଲି କୁଏତର ଅମୀରଙ୍କ ଦେହାନ୍ତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଆମୀରଙ୍କ ଦେହାନ୍ତରେ ସରକାର ଏବଂ ଭାରତବାସୀ ଗଭୀର ସମବେଦନା ଜଣାଇଛନ୍ତି।କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ଭାରତବାସୀ ଏବଂ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୂତ ଭାବରେ କୁଏତ ଗସ୍ତରେ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେ କୁଏତର ନୂତନ ଅମୀର ଶେଖ ମେଶଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କୁ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏକ ବ୍ୟକ୍ତିଗତ ସମବେଦନା ପତ୍ର ପ୍ରଦାନ କରିବେ।