26.1 C
Bhubaneswar
Tuesday, October 22, 2024
Homeଓଡିଶାଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ

ଭୁବନେଶ୍ବର: ଆଜି ଧନୁ ସଂକ୍ରାନ୍ତି । ଠାକୁରଙ୍କ ପାଖରେ ଲାଗିହେବ ମୁଆଁ ଭୋଗ । ପୁଷ ମାସରେ ଧାନ ଅମଳ ପରେ ‘ଉଖୁଡା’ବା ‘ମୁଆଁ’ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଏନେଇ ବଜାରରେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ମୁଆଁ । କିଛି ମୁଆଁ ଚିନିରେ ପ୍ରସ୍ତୁତ ହୋଇଥିବାବେଳେ, ଆଉ କିଛି ଗୁଡରେ ତିଆରି ହୋଇଛି ।

ଖାଲି ସେତିକି ନୁହେଁ ମୁଆଁକୁ ସ୍ବାଦିଷ୍ଟ କରିବାକୁ ସେଥିରେ ନଡିଆ ପାତି ଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସାମଗ୍ରୀ ମିଶାଯାଇଛି । ଗୋଲ, ପାନପତରିଆ ଓ ଚଟକା ମୁଆଁ ଆଦି ବିଭିନ୍ନ ସାଇଜ ର ଦୋକାନରେ ଉପଲବ୍ଧ ହେଉଛି । ୧୦ ଟଙ୍କାରୁ ଆରମ୍ଭ କରି ୫ ଶହ ଟଙ୍କା ପର୍ଯ୍ୟନ୍ତ ମୁଆଁ ବିକ୍ରି ହେଉଛି ।

ଅନ୍ୟପଟ ଆଜି ଠାରୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହେବ । ଏହା କ୍ରମାଗତ ଏକ ମାସ ଧରି ମକର ସଂକ୍ରାନ୍ତି ଯାଏଁ ଏହି ନୀତି ଚାଲିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପହିଲି ଭୋଗ ଲାଗି ନେଇ ନୀତି ନିର୍ଘଣ୍ଟ ହୋଇଛି । ଗତକାଲି (ଶୁକ୍ରବାର) ରାତି ୨ ଟା ରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏନେଇ ଶ୍ରୀମନ୍ଦିର କୋଠଘରେ ନୂଆ ଚୂଲି ପ୍ରସ୍ତୁତ ହୋଇଛି । ଏହି ଚୂଲିରେ ପ୍ରସ୍ତୁତ ହେବ ପହିଲି ଭୋଗ । ଏହାସହ ଗୋପାଳ ବଲ୍ଲଭ ମଧ୍ୟ ଲାଗି ହେବ ।

ତେବେ ଧନୁ ସଂକ୍ରାନ୍ତି ଠାରୁ ଧନୁ ରାଶିରେ ସୂର୍ଯ୍ୟଙ୍କର ପ୍ରବେଶ ହୋଇଥାଏ । ଧନୁ ରାଶି ଦେବଗୁରୁ ବୃହସ୍ପତିଙ୍କ ରାଶି ହୋଇଥିବାରୁ ଏଥିରେ ସୂର୍ଯ୍ୟଙ୍କ ପ୍ରବେଶ ବିଶେଷ ପ୍ରଭାବ ଆଣିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking