28.1 C
Bhubaneswar
Thursday, September 19, 2024
Homeଓଡିଶା୨୪ ଘଣ୍ଟା ନପୂରୁଣୁ ଭୁଶୁଡ଼ିଲା ନିର୍ମାଣଧିନ ବ୍ରିଜର ୩୦ ଫୁଟିଆ ୱାଲ

୨୪ ଘଣ୍ଟା ନପୂରୁଣୁ ଭୁଶୁଡ଼ିଲା ନିର୍ମାଣଧିନ ବ୍ରିଜର ୩୦ ଫୁଟିଆ ୱାଲ

ନୀଳଗିରି: ନିର୍ମାଣର ୨୪ ଘଣ୍ଟା ନପୂରୁଣୁ ବ୍ରିଜ୍‌ ସୁରକ୍ଷା ପାଇଁ କରାଯାଇଥିବା ୱାଲ୍‌ ଧରାଶାୟୀ ହୋଇଛି। ନିମ୍ନମାନର କାର୍ଯ୍ୟ ପାଇଁ ନିର୍ମାଣଧୀନ ବ୍ରିଜ ୱାଲ ଭୁଶୁଡ଼ି ପଡ଼ିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନା ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ ନିର୍ମାଣଧୀନ ବ୍ରିଜର୍ ବଡ଼ ୱାଲ ଗଡ଼ି ପଡ଼ିଲା।

ଶନିବାର ରାତିରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଢଳେଇ ପଡିଥିବା ବେଳେ ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଗଡ଼ି ପଡ଼ିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଖୁସିର କଥା ହେଲା ଯେ, ଏହି ଅଘଟଣରୁ କାର୍ଯ୍ୟରତ ଶ୍ରମିକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ କୋଟି କୋଟି ଟଙ୍କାର ଏକ ବଡ଼ କେନାଲ ନିର୍ମାଣ ହେଉଥିବାରୁ ୬ଟି ୱାଲ ହୋଇଥିଲା। କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ବିନା ବେଶରେ ୱାଲ ହୋଇଥିବା ଯୋଗୁ ଗୋଟିଏ ୱାଲ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି। କାମ ଆରମ୍ଭରୁ ଏମିତି ହେଲାଣି ଆଗକୁ ବ୍ରିଜ କେତେ ସୁରକ୍ଷିତ ବୋଲି ବି ପ୍ରଶ୍ନ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ସେଠୀ ଓ ବିଧାୟକ ସୁକାନ୍ତ ନାୟକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking