34.1 C
Bhubaneswar
Friday, October 18, 2024
Homeଓଡିଶାହାତୀ ଆକ୍ରମଣରେ ଦୁଇ ମୃତ

ହାତୀ ଆକ୍ରମଣରେ ଦୁଇ ମୃତ

ଅନୁଗୁଳ: ଅନୁଗୁଳ ଉପକଣ୍ଠ ଶରଧାପୁର ଓ ଛେଳିଆପଡ଼ା ଠାରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଉତ୍ତେଜନା ଦେଖା ଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହାତୀ ଦାଉରୁ ରକ୍ଷା ପାଇଁ ସ୍ଥାୟୀ ସମାଧାନ ଦାବିରେ ଦୁଇ ଗାଁରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ରାତିରେ ହାତୀ ଆକ୍ରମଣ ଯୋଗୁଁ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଶରଧାପୁର ଗାଁର ଗୁରୁ ନାଏକ ଏବଂ ଛେଳିଆପଡା ଗାଁର ଅଇଁଠୁ ସାହୁ। ସରଧାପୁରରେ ବନ୍ତଳା- ଅନୁଗୁଳ ମୁଖ୍ୟ ରାସ୍ତା ଉପରେ ଗ୍ରାମବାସୀ ଆନ୍ଦୋଳନ ଚଳାଇଥିବା ବେଳେ ବନ ବିଭାଗ ପହଞ୍ଚି ବୁଝାସୁଝା ପରେ ଗ୍ରାମବାସୀମାନେ ଆନ୍ଦୋଳନରୁ ଓହରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking