ବଲାଙ୍ଗିର: ତାଲା ଭାଙ୍ଗି ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୁଇଁତଳା ଥାନା ବିଲେଇସର୍ଡା ଗାଁରେ ଥିବା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି । ଗତ ରାତିରେ ବ୍ୟାଙ୍କ ଗେଟ୍ ତାଲା ଭାଙ୍ଗି ଲୁଟିଥିବା ଅଭିଯୋଗ । କେତେ ଟଙ୍କା ଲୁଟ୍ ହୋଇଛି ତାହା ଏବେ ଯାଏଁ କିଛି ଜଣାପଡିନାହିଁ । ପୋଲିସର ଛାନ୍ଭିନ୍ ଜାରି ରହିଛି ।