ଭୁବନେଶ୍ୱର: ରାଜଧାନୀରେ ବେଧଡକ ଭାବେ ଚାଲିଥିଲା ଦେହ କାରବାର । ପୋଲିସକୁ ଖାତିର ନକରି ଚଲେଇଥିଲେ ସ୍ପା ସେଣ୍ଟର ଭିତରେ ଚାଲିଥିଲା ସେକ୍ସ ବେପାର । ଶୁକ୍ରବାର ସନ୍ଧ୍ୟା ସମୟରେ ଖରବେଳନଗର ଥାନା ପୁଲିସ ସ୍ପାରେ ଚାଲିଥିବା ସେକ୍ସ ର୍ୟାକେଟ ଘଟଣାର ପର୍ଦ୍ଦାଫାସ କରିଛି । ଘଟଣା ସ୍ଥଳରୁ କମିଶନରେଟ୍ ପୁଲିସ ୪ ବତୀଙ୍କ ସମେତ ୨ ଯୁବକଙ୍କୁ ଥାନାକୁ ଉଠାଇ ଆଣିଥିଲା । ଯୁବତୀମାନଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ୨ ଦଲାଲଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଖାରବେଳନଗର ଥାନା ପୁଲିସ ।
ଅଟକ ଯୁବକମାନଙ୍କୁ ଶନିବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଖାରବେଳନଗର ଥାନା ଅଧିକାରୀ । ଅନ୍ୟ ପଟେ ମୁଖ୍ୟ ଦଲାଲ କେନ୍ଦୁଝରର ଚନ୍ଦ୍ରକାନ୍ତ ମହାନ୍ତି ଆଗରେ ସ୍ପା ସେଣ୍ଟର ଲେଖି ଭିତରେ ଚଳାଇଥିଲେ ସେକ୍ସ ରାକେଟ । ଅଟକ ଥିବା ଦୁଇ ଯୁବକ ହେଲେ ସ୍ପା ସେଣ୍ଟରର ମାଲିକ କେନ୍ଦୁଝରର ଚନ୍ଦ୍ରକାନ୍ତ ମହାନ୍ତି ଓ ଯାଜପୁରର ଲିଟୁ ସେନାପତି । ରୁମ ଭିତରୁ ପୁଲିସ ପୁଳାପୁଳା କଣ୍ଡୋମ, ଗର୍ଭନିରୋଧକ ବଟିକା, ମେନୁ, ସିଗାରେଟ୍, ମନିପର୍ସ, ଭ୍ୟାନିଟ୍ ସହ ମୋବାଇଲ ଫୋନ ଜବତ କରିଛି । ଦଲାଲ ଚନ୍ଦ୍ରକାନ୍ତ ଝାଡଖଣ୍ଡର, ବିହାର, ଓଡ଼ିଶାରୁ ସୁନ୍ଦରୀ ଯୁବତୀମାନଙ୍କୁ ଆଣି ସ୍ପା’ସେଣ୍ଟରରେ ସେକ୍ସ କାରବାରରେ ଲିପ୍ତ କରାଉଥିଲା । ଏନେଇ ଥାନା ଅଧିକାରୀ କହିଛନ୍ତି, ଚନ୍ଦ୍ରକାନ୍ତ ସେହି ଘରକୁ ଗୋଟିଏ ବର୍ଷ ହେବ ଭଡାକୁ ନେଇଥିଲେ । ହେଲେ ଏବେ ଚାରିରୁ ପାଞ୍ଚ ମାସ ହେବ ସେକ୍ସ କାରବାର ଚଳାଉଥିଲା ।
ଘଟଣା ସ୍ଥଳରୁ ଅନ୍ୟ ଜଣେ ଗ୍ରାହକ ଖସି ପଳାଇଥିବାରୁ ତାକୁ ଧରିବା ପାଇଁ ପୁଲିସ ଚଢ଼ଉକୁ ଜୋରଦାର କରିଛି । ସୂଚନାଯୋଗ୍ୟ ଯେ, ଖାରବେଳନଗର ଥାନା ନିକଟସ୍ଥ ସତ୍ୟନଗରରେ ଥିବା ଏକ ଘରକୁ ଚନ୍ଦ୍ରକାନ୍ତ ମହାନ୍ତି ଭଡାକୁ ଗୋଟିଏ ବର୍ଷ ପୂର୍ବରୁ ନେଇଥିଲେ । ସେଠାରେ ସ୍ପା ସେଣ୍ଟର କରିବା ନାଁରେ ଦେହ କାରବାର ଚଳାଇଥିଲେ । ଏହି କାମ ପାଇଁ ଗ୍ରାହକମାନଙ୍କଠାରୁ ୮ ହଜାରରୁ ୧୨ ହଜାର ଟଙ୍କା ଲେଖାଏଁ ନେଉଥିଲା ଦଲାଲ ଚନ୍ଦ୍ରକାନ୍ତ । ଶୁକ୍ରବାର ସନ୍ଧ୍ୟା ସମୟରେ ଖାରବେଳନଗର ଥାନା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇଥିଲେ, ସତ୍ୟନଗରରେ ଥିବା ଏକ ସ୍ପା ସେଣ୍ଟରରେ ଚାଲିଛି ସେକ୍ସ କାରବାର । ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଭାବେ ସ୍ପା ସେଣ୍ଟର ଉପରେ ଚଢ଼ଉ କରିଥିଲା ।
ପୁଲିସକୁ ଦେଖି ଜଣେ ଗ୍ରାହକ ଡେଇଁ ପଳାଇଥିବାବେଳେ ପୋଲିସ ରୁମ ଭିତରୁ ୪ ଯୁବତୀଙ୍କୁ ଠାବ କରିବାରେ ସଫଳ ହୋଇଥିଲା । ସେହିଭଳି ସ୍ପା ସେଣ୍ଟରର ମାଲିକ ଚନ୍ଦ୍ରକାନ୍ତ ସହ ଅନ୍ୟତମ ସହଯୋଗୀ ଲିଟୁ ସେନାପତିକୁ ପୁଲିସ ନିଜ କବଜାକୁ ନେଇଥିଲା । ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୁଲିସ୍ । ଓଡ଼ିଶା ଓ ଓଡ଼ଶା ବାହାରୁ ଆସୁଥିଲେ ଯୁବତୀ । ଆଗକୁ ନୂଆବର୍ଷ ଓ ବଡ଼ଦିନ ଥିବାରୁ ସେକ୍ସ ରାକେଟ ଉପରେ ଚାଲିଥିଲା ଅପରେସନ । ଇମୋରାଲ ଟ୍ରାଫିକିଙ୍ଗ ଆକ୍ଟ ଅନୁଯାୟୀ ୪ ଜଣ ଯୁବତୀ ଓ ୨ ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ । ଏନେଇ ଅଧିକ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ ।