17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଦୁର୍ଘଟଣା ନେଉଛି ମୁଣ୍ଡ: ପ୍ରତିବର୍ଷ ଓଡ଼ିଶାରେ ଯାଉଛି ୫ ହଜାର ଜୀବନ

ଦୁର୍ଘଟଣା ନେଉଛି ମୁଣ୍ଡ: ପ୍ରତିବର୍ଷ ଓଡ଼ିଶାରେ ଯାଉଛି ୫ ହଜାର ଜୀବନ

ନୂଆଦିଲ୍ଲୀ: ଆଜିଠୁ ରାଜ୍ୟରେ ପାଳିତ ହେଉଛି ସପ୍ତାହବ୍ୟାପୀ ଜିରୋ ଫାଟାଲିଟି ୱିକ୍ ବା ମୃତ୍ୟୁ ଶୂନ୍ୟ ସପ୍ତାହ । ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତ୍‌ଜନିତ ମୃତ୍ୟୁ ବଢ଼ି ଚାଲିଥିବାରୁ ଡିସେମ୍ବର ପ୍ରଥମ ସପ୍ତାହରେ ପାଳନ ହେଉଛି ଜିରୋ ଫାଟାଲିଟି ୱିକ୍ ।

୨୦୨୩ ମସିହା ଏପ୍ରିଲ ପ୍ରଥମ ସପ୍ତାହରେ ଜିରୋ ଫାଟାଲିଟି ୱିକ୍ ପାଳନ ବେଳେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୨୮.୬ ପ୍ରତିଶତ କମିଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ଏନେଇ ସବୁ ଜିଲ୍ଲାପାଳ, ଏସପି ଓ RTOଙ୍କୁ SOP ଜାରି କରିଛି ପରିବହନ ବିଭାଗ ।

ଏନେଇ ପରିବହନ ବିଭାଗ ଜାରି କରିଥିବା ଚିଠିରେ କୁହାଯାଇଛି, ଗତ ୧୦ ବର୍ଷରେ ରାଜ୍ୟରେ ୪୮ ହଜାର ଲୋକଙ୍କ ଜୀବନ  ନେଇଛି ସଡ଼କ ଦୁର୍ଘଟଣା । ଅର୍ଥାତ୍‌ ପ୍ରତିବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୫ ହଜାର ଲୋକଙ୍କ ଜୀବନ ଯାଉଛି।

ସେହିପରି କେବଳ ଚଳିତ ବର୍ଷ ପ୍ରଥମ ୯ ମାସରେ ଅର୍ଥାତ୍‌ ଜାନୁଆରୀରୁ ସେପ୍ଟେମ୍ୱର ମଧ୍ୟରେ ସଡ଼କ ଦୁର୍ଘଟଣା ଯୋଗୁ ୪ ହଜାର ୧୭୮ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ୨୦୨୨ର ଏହି ସମୟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ହଜାର ୯୮୩ ଜଣ ଲୋକଙ୍କ ତୁଳନାରେ ୪.୯ ପ୍ରତିଶତ ଅଧିକ ।   ତେବେ ଏହାକୁ ଦୃଷ୍ଟିରେ ରଖି ପୁଣିଥରେ ଜିରୋ ଫାଟାଲିଟି ୱିକ୍ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking