32.1 C
Bhubaneswar
Friday, October 18, 2024
Homeଓଡିଶାଆଜି ଦ୍ୱିତୀୟ ଦିନରେ ଉତ୍ତରପଟ କାନ୍ଥର କରାଯାଉଛି ଲେଜର ସ୍କାନିଂ

ଆଜି ଦ୍ୱିତୀୟ ଦିନରେ ଉତ୍ତରପଟ କାନ୍ଥର କରାଯାଉଛି ଲେଜର ସ୍କାନିଂ

ପୁରୀ : ଗତକାଲିଠାରୁ ଆରମ୍ଭ ହୋଇଛି ରତ୍ନଭଣ୍ଡାର ଲେଜର୍ ସ୍କାନିଂ । ଆଜି ଉତ୍ତରପଟ ଲେଜର ସ୍କାନିଂ କରାଯାଉଛି  । ଦକ୍ଷିଣ ପାର୍ଶ୍ବ କାନ୍ଥର ମଧ୍ୟ ଅନୁଧ୍ୟାନ କରାଯାଉଛି । କେତେ ଜାଗାରେ ଫାଟ ରହିଛି, ଏହା କେଉଁ ଅବସ୍ଥାରେ ରହିଛି, ସବୁର ଟିକିନିକି ଯାଂଚ କରାଯାଉଛି ।ଏଥିଲାଗି ପୁରୀରେ ୭ ଜଣିଆ ଶ୍ରୀମନ୍ଦିର ବୈଷୟିକ କୋର କମିଟି ସଦସ୍ଯ, ପରିଚାଳନା କମିଟି ସଦସ୍ୟ ଓ ଏଏସଆର ୧୫ଜଣିଆ ଟିମ୍  ଲେଜର ସ୍କାନିଂ ସମୟରେ ଉପସ୍ଥିତ ରହିଛନ୍ତି । ଗତକାଲି ପ୍ରଥମ ଦିନରେ ରତ୍ନଭଣ୍ଡାରର ଘଣ୍ଟିଦ୍ୱାର ଓ ନାଭିକଟା ମଣ୍ଡପର ମଝି ଅଂଶରେ ତିନୋଟି ସ୍ଥାନରେ ଲେଜର ସ୍କାନ କରାଯାଇଥିଲା । ୧୫ ଦିନର ସମୟ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବ ଏ ଏସ ଆଇ  । ଲେଜର ସ୍କାନିଂ ଜରିଆରେ ୩୬୦ଡିଗ୍ରୀରେ 3D ଫଟୋ ଉତ୍ତୋଳନ କରାଯାଉଛି। ଯାହାକି ପଥର କାନ୍ଥରେ ସୂକ୍ଷ୍ମ ଫାଟ  ଥିଲେ ବି ଡିଜିଟାଲ ମେଥଡରେ ଚିହ୍ନଟ କରାଯାଇପାରିବ। ତେବେ ପ୍ରତି ଫଟୋ ଉତ୍ତୋଳନ ପାଇଁ ୩ରୁ ୪ଘଣ୍ଟା ସମୟ ଲାଗୁଛି। ତେଣୁ ସମ୍ପୂର୍ଣ୍ଣ ସ୍କାନିଂ ପ୍ରକ୍ରିୟା ସରିବାକୁ ତିନି ଚାରିଦିନ ସମୟ ଲାଗିବ ବୋଲି ଜଣାପଡିଛି। ଲେଜର ସ୍କାନିଂ ଦ୍ୱାରା  କେବଳ ପଥର କାନ୍ଥର ଫଟୋ ଉଠିଥିବା ସ୍ଥାନର ସ୍ଥିତି ଜଣାପଡିବ। ମାତ୍ର ଭିତର ଅଂଶର ସ୍ଥିତି ଜଣାପଡିବ ନାହିଁ। କେବଳ ଯଦି ବାହାର ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିବା ଲେଜର ସ୍କାନିଂ ରୁ ଜଣାପଡେ ତେବେ ଭିତର ରତ୍ନଭଣ୍ଡାରର ସ୍ଥିତି  ପରଖା ଯିବ ବୋଲି ଏଏସଆଇ ଅଧିକାରୀ ମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking