32.1 C
Bhubaneswar
Friday, October 18, 2024
Homeଓଡିଶାଗଜପତିରେ ଘୁରି ବୁଲୁଛି ମହାବଳ

ଗଜପତିରେ ଘୁରି ବୁଲୁଛି ମହାବଳ

ଗଜପତି: ଗଜପତିରେ ବାଘକୁ ନେଇ ଆତଙ୍କ। ବିଭିନ୍ନ ସ୍ଥାନରେ ଘୁରି ବୁଲୁଛି ମହାବଳ। ପ୍ରତିଦିନ ବାଘର ଏଭଳି କିଛି ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ଗଣ୍ଡାହାତୀ ନିକଟରୁ ଏବଂ ଦେବଗିର ବନାଞ୍ଚଳର କୁମୁଳାସିଂ ଅଞ୍ଚଳରୁ ଦୁଇଟି ଗାଈ ମାରି ଖାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ବାଘକୁ ସୁରକ୍ଷା ଦେବା ସହ ଜନଜୀବନର ଯେପରି କ୍ଷତି ନହୁଏ ଏଥିପାଇଁ ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ନିୟୋଜିତ ଅଛନ୍ତି। ଏନେଇ ବାଘ ଚଳପ୍ରଚଳ ହେଉଥିବା ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି। ରାତିରେ ବନ କର୍ମଚାରୀମାନେ ଟ୍ରାପ କ୍ୟାମେରା ଲଗାଇବା ସହ ପାଟ୍ରୋଲିଂ ଜାରି ରଖିଛନ୍ତି। ବର୍ତ୍ତମାନ ମହାବଳ ବାଘ ଦେବଗିର ଅଞ୍ଚଳରେ ରହିଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି। ବାଘର ପାଦଚିହ୍ନ ଓ ଟ୍ରାପ କ୍ୟାମେରା ଫୁଟେଜ ଜାତୀୟ ଓ୍ବାଇଲ୍ଡ ଲାଇଫ ବିଭାଗ ଡେରାଡୁନକୁ ପଠାଇବା ପରେ, ଏହା ଏକ ଅଣ୍ଡିରା ବାଘ ବୋଲି ଜଣାପଡିଛି।

ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡିଛି। ୨୦୨୧ ମସିହାରେ ଏହା ସେଠାକାର କ୍ୟାମେରା ଟ୍ରାପରେ ଆସିଥିଲା। ବାଘଟି ୪ଟି ରାଜ୍ୟର ପାଖାପାଖି ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି। ପ୍ରଥମେ ଛତିଶଗଡ଼, ଏହା ପରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପହଞ୍ଚିଛି।

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ପାରଳାଖେମୁଣ୍ଡିରେ ଦେଖା ଦେଇଥିବା ବାଘ କେଉଁଠୁ ଆସିଛି ବୋଲି ଓ୍ବାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା। ଏହାର ଷ୍ଟ୍ରାଇପକୁ ଦେଖି ବାଘଟି ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ବୋଲି ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୁନିଶ୍ଚିତ କରିଛି । ହୁଏତ ଏହି ମହାବଳ ବାଘଟି ନିଜସ୍ଵ ଟେରିଟୋରୀ ସୃଷ୍ଟି କରିବାକୁ କିମ୍ବା ସାଥୀ ଖୋଜିବାକୁ ଓଡ଼ିଶା ଆସି ଥାଇପାରେ। ଓଡ଼ିଶାରେ ଭଲ ପରିବେଶ ଥିବାରୁ ବାଘଟି ଆସିଥାଇପାରେ। ସେପଟେ ଓଡ଼ିଶାରେ ମହାବଳ ବଂଶ ବିସ୍ତାର ପାଇଁ ଏକ ଭଲ ଖବର ବୋଲି କହିଛନ୍ତି ବନ୍ୟା ପ୍ରାଣୀ ପିସିସିଏଫ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking