30.1 C
Bhubaneswar
Friday, September 20, 2024
Homeଦେଶ ବିଦେଶନୋପୋଲିୟନଙ୍କ ଟୋପି ୧୬.୭ କୋଟିରେ ନିଲାମ

ନୋପୋଲିୟନଙ୍କ ଟୋପି ୧୬.୭ କୋଟିରେ ନିଲାମ

ପ୍ୟାରିସ: ଫରାସୀ ବୀର ତଥା ଫ୍ରାନ୍ସର ପୂର୍ବତନ ସମ୍ରାଟ ନେପୋଲିୟନ ବୋନାପାର୍ଟେ ବ୍ୟବହାର କରୁଥିବା ଏକ ଟୋପି ରବିବାର ୨.୧ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୬.୭ କୋଟି ଟଙ୍କା)ରେ ନିଲାମ ହୋଇଥିବା ଜଣାପଡିଛି । ୨୦୧୪ରେ ନେପୋଲିୟନଙ୍କ ଅନ୍ୟ ଏକ ଟୋପି ୧.୮୮୪ ନିୟୁତ ୟୁରୋରେ ନିଲାମ ହୋଇଥିବାବେଳେ ଏଥର ଏହି ଟୋପି ରେକର୍ଡ ମୂଲ୍ୟରେ ନିଲାମ ହୋଇଥିବା କୁହାଯାଇଛି । ବାଇକର୍ନ ନାମରେ ପ୍ରସିଦ୍ଧ ନେପୋଲିୟନଙ୍କ ଏହି ଟୋପି କଳାରଙ୍ଗର ହୋଇଥିବାବେଳେ ଏଥିରେ ଫ୍ରାନ୍ସ ଜାତୀୟ ପତାକା ଚିହ୍ନ (ନୀଳ-ଧଳା-ଲାଲ) ମଧ୍ୟ ରହିଛି । ତେବେ ଟୋପି ନିଲାମ ଧରିଥିବା ବ୍ୟକ୍ତିଙ୍କ ନାମକୁ ଗୋପନ ରଖାଯାଇଛି ।

ନିଲାମ ଆୟୋଜନ କରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ନେପୋଲିୟନ ଫ୍ରାନ୍ସ ସମ୍ରାଟ ଥିବାବେଳେ ଏହି ଟୋପିକୁ ଅଧିକାଂଶ ସମୟରେ ବ୍ୟବହାର କରୁଥିଲେ । ୧୫ ବର୍ଷର ଶାସନକାଳରେ ନେପୋଲିୟନ ଏଭଳି ୧୨୦ଟି ଟୋପି ବ୍ୟବହାର କରୁଥିବା ଜଣାପଡିଛି । ନେପୋଲିୟନ ୧୮୦୪ରେ ଫ୍ରାନ୍ସ ସମ୍ରାଟଭାବେ ଗାଦିସୀନ ହୋଇଥିଲେ । ତେବେ ବ୍ରିଟେନ ବିପକ୍ଷ ୱାଟରଲୁ ଯୁଦ୍ଧରେ ପରାଜିତ ହେବାପରେ ୧୮୧୫ରେ ତାଙ୍କୁ ସେଣ୍ଟ୍ ହେଲେନା ଦ୍ୱୀପରେ ମୃତ୍ୟୁ ପର୍ଯ୍ୟନ୍ତ ବନ୍ଦୀଭାବେ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking