19.1 C
Bhubaneswar
Friday, November 22, 2024
Homeଖେଳଶ୍ରେୟସ୍ ସେଲିବ୍ରେସନ୍ ନକଲ କଲେ ରୋହିତ

ଶ୍ରେୟସ୍ ସେଲିବ୍ରେସନ୍ ନକଲ କଲେ ରୋହିତ

ମୁମ୍ବାଇ: ମୁମ୍ବାଇରେ ଖେଳାଯାଇଥିବା କ୍ରିକେଟ୍ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୭୦ ରନରେ ଜିତିଥିବା ବେଳେ ଏଥିରେ ଅନେକ ନାୟକ ଥିଲେ । ବିରାଟ କୋହଲି ଦିନିକିଆ କ୍ରିକେଟରେ ୫୦ତମ ଶତକ ହାସଲ କରିଥିବା ବେଳେ ମହମ୍ମଦ ସାମି ଦିନିକିଆ କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ ୭/୫୭ କରିଥିଲେ । କିନ୍ତୁ ଅଣ୍ଡରଡଗ୍ ଭାବେ ଶ୍ରେୟସ୍ ଆୟର ଏହି ମ୍ୟାଚରେ ସମସ୍ତଙ୍କ ପ୍ରଶଂସାର ପାତ୍ର ରହିଥିଲେ ।

ବୁଧବାର ମ୍ୟାଚ୍‌ରେ ଆୟର ଇତିହାସ ରଚିବା ସହ ପ୍ରଥମ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ଆଇସିସି କ୍ରିକେଟ୍ ବିଶ୍ୱକପର ଗୋଟିଏ ସଂସ୍କରଣରେ ୫୦୦ କିମ୍ବା ତା’ଠାରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ କ୍ରମାଗତ ଦ୍ୱିତୀୟ ଶତକ ସହ ଶ୍ରେୟସ ଅନେକ ରେକର୍ଡ ଭାଙ୍ଗିବା ସହ ଦିନିକିଆ କ୍ରିକେଟରେ ନିଜର ଛାପ ଜାରି ରଖିଛନ୍ତି । ଏହି ମ୍ୟାଚରେ ଆୟର ୬୭ ବଲରୁ ଶତକ ହାସଲ କରିବା ସହ ୭୦ ବଲରୁ୧୦୫ ରନ୍ କରିଥିଲେ । ଶ୍ରେୟସ୍ ଶତକ ପୂରଣ କରିବା ପରେ ଡ୍ରେସିଂ ରୁମ୍ ଆଡକୁ ନିଜର ଶତକ ସେଲିବ୍ରେସନଜ କରିଥିଲେ । ଏହି ସମୟରେ ଡ୍ରେସିଂ ରୁମରୁ ଅଧିନାୟକ ରୋହିତ ଶର୍ମା ଶ୍ରେୟସଙ୍କ ସେଲିବ୍ରେସନ୍‌ର ନକଲ କରି ତାଙ୍କୁ ଉତ୍ସାହିତ କରିଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଆୟର ୭୫.୧୪ ହାର ଓ ୧୧୩ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ୫୨୬ ରନ୍ କରିଛନ୍ତି । ସେ ଦୁଇଟି ଶତକ ଓ ତିନିଟି ଅର୍ଦ୍ଧଶତକ ସହ ସର୍ବାଧିକ ୧୨୮ ରନ୍ କରିଛନ୍ତି । ଏହି ବ୍ୟାଟ୍ସମ୍ୟାନ୍ ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ପଞ୍ଚମ ସ୍ଥାନରେ ରହିଛନ୍ତି । ଭାରତ ଫାଇନାଲରେ ପହଞ୍ôଚବା ପରେ ଆୟର କହିଛନ୍ତି ଯେ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ଅଧିନାୟକ ରୋହିତ ଶର୍ମାଙ୍କ ସମର୍ଥନ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ନେଟ୍ସରେ ସେମାନେ ବୁମରାଙ୍କ ଦ୍ୱାରା ବୋଲିଂ କରି ଅଭ୍ୟାସ କରାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking