33.1 C
Bhubaneswar
Sunday, September 22, 2024
Homeଖେଳକୋହଲିଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୨ଶହ ପାର୍

କୋହଲିଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୨ଶହ ପାର୍

ବ୍ୟୁରୋ : ବିଶ୍ୱକପ୍ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ । ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣି ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି କିଙ୍ଗ୍ କୋହଲି  । ଏଥିସହିତ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ୨୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଯାହାକି ଏକ ରେକର୍ଡ ।ସୂଚନାଯୋଗ୍ୟ ଯେ, ଆଜି ଟସ୍ ଜିତି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଦମଦାର ଆରମ୍ଭ କରିଥିଲେ ଦୁଇ ଭାରତୀୟ ଓପନର । ଗୋଟିଏ ପଟେ ରୋହିତ ଶର୍ମା ଧୂଆଁଧାର ଇଂନିସ୍ ଖେଳୁଥିବାବେଳେ, ଅନ୍ୟପଟେ ଗିଲ୍ ତାଙ୍କୁ ଷ୍ଟ୍ରାଇକ୍ ଦେବାରେ ଲାଗିଥିଲେ । ତେବେ ରୋହିତ ଶର୍ମା ୪୭ ରନ୍ କରି ଆଉଟ୍ ହେବା ପରେ ଗିଲ୍ ଆରମ୍ଭ କରିଥିଲେ ଆକ୍ରମଣାତ୍ମକ ବ୍ୟାଟିଂ । ତେବେ ୭୯ ରନରେ ପହଞ୍ଚିବା ପରେ ଗିଲ୍ ରିଟାର୍ୟଡ ହଟ୍ ହେଇ ପ୍ୟାଭିଲିୟନ୍ ଫେରିଥିଲେ । ଗିଲଙ୍କ ପରେ ଏବେ କୋହଲି- ଆୟରଙ୍କ ଯୋଡି ବ୍ୟାଟିଂ ଜାରି ରଖିଥିବାବେଳେ, ଭାରତର ସ୍କୋର ମଧ୍ୟ ୨୦୦ ରନ୍ ଟପିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking