30.1 C
Bhubaneswar
Friday, September 20, 2024
Homeଓଡିଶାମେଟ୍ରୋ ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁୂରୀ

ମେଟ୍ରୋ ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁୂରୀ

– ବ୍ୟୟ ୫,୯୨୯.୩୮ କୋଟି, ୪ ବର୍ଷରେ ହେବ ଶେଷ
– ଦିଲ୍ଲୀ ମେଟ୍ରୋ ରେଳ ନିଗମ ଟର୍ଣ୍ଣ-କି-କନ୍‌ସଲଟାଣ୍ଟ୍
– ୨୬ କିମି ଦୀର୍ଘ ଦୂରତା ଭିତରେ ୨୦ ଷ୍ଟେସନ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଟର୍ଣ୍ଣ-କି-କନ୍‌ସଲଟାଣ୍ଟ୍ ଭାବରେ ନିଯୁକ୍ତି ଦିଆଯାଇଛି । ୨୬ କିମି ଦୀର୍ଘ ଦୂରତା ଭିତରେ ୨୦ଟି ଷ୍ଟେସନ ରହିବ । ଏଥିପାଇଁ ବ୍ୟୟ ହେବ ୫୯୨୯ କୋଟି । ୪ ବର୍ଷରେ ଶେଷ ହେବ ପ୍ରକଳ୍ପ । ରାଜ୍ୟ ସରକାରଙ୍କ ନିଜସ୍ୱ ଆର୍ôଥକ ଅନୁଦାନ ତଥା ୫-ଟି ଉପକ୍ରମ ଅଧିନରେ ପ୍ରକଳ୍ପ କାର୍ଯ୍ୟ କରିବ । ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଉକ୍ତ ବୈଠକରେ ଯୋଗଦାନ କରିଥିଲେ ।

ଏଥିରେ ଏଗାରଟି ବିଭାଗର ମୋଟ୍ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି । ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇ କହିଛନ୍ତି ଯେ,ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ପୁରୀ ସହରର ଗମନାଗମନ ବ୍ୟବସ୍ଥାକୁ ନାଗରିକଙ୍କ ପାଇଁ ସହଜ, ସରଳ ଓ ସୁଗମ କରିବା ନିମନ୍ତେ ମେଟ୍ରୋ ରେଳ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଭୁବନେଶ୍ୱର ରାଜଧାନୀ ଅଞ୍ଚଳର ଭିତ୍ତିଭୂମିର ଅଭିବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ୧ ଏପ୍ରିଲ ୨୦୨୩ ରେ ୫-ଟି ପଦକ୍ଷେପ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦର ଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ନିମନ୍ତେ ମୋଟ୍ ୫୯୨୯.୩୮କୋଟିର ବ୍ୟୟ ଅଟକଳ କରାଯାଇଛି । ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକୁ ୪ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଭୁବନେଶ୍ୱର ବିମାନବନ୍ଦର ଠାରୁ ବ୍ରିଶୁଳିଆ ମଧ୍ୟସ୍ଥ ୨୬ କିମିର ଦୂରତା୍ୱ ଭିତରେ କ୍ୟାପିଟାଲ ହସ୍‌ପିଟାଲ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ମୋଟ୍ ୨୦ଟି ମେଟ୍ରୋ କେଳ ଷ୍ଟେସନ ନିର୍ମାଣ କରାଯିବ । ଏଲିଭେଟ୍‌ର ଭାଇଡଷ୍ଟ୍ ଉପରେ ସମସ୍ତ ମେଟ୍ରୋ ଧାରଣା ଓ ଷ୍ଟେସନ ରହିବ । ଅତ୍ୟାଧୁନିକ ରେଳ କୋଚ୍‌ର ବ୍ୟବହାର ସହ ଅତ୍ୟାଧୁନିକ ଟିକେଟ୍ ବ୍ୟବସ୍ଥା ଓ ସିଗ୍‌ନାଲ ବ୍ୟବହାର କରାଯିବ ।
ଶ୍ରୀ ଜେନା କହିଛନ୍ତି ଯେ, ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୫୯୨୯.୩୮ କୋଟି ବ୍ୟୟ ଅଟକଳ ହୋଇଛି । ଏହି କାର୍ଯ୍ୟକୁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ତ୍ୱାବଧାନରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ୱାରା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମର ଦେୟ ୩୨୬.୫୬ କୋଟିରେ ଧାର୍ଯ୍ୟ ହୋଇଛି ।

ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେବା ସହ କଟକ, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ । ପରେ କଟକ-ଭୁବନେଶ୍ୱର ମଧ୍ୟରେ ରେଳ ଗଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା । ତଦନୁଯାୟୀ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମ୍‌ଆର୍‌ସି) ଦୈତ ନଗରୀରେ ଟ୍ରାଫିକ୍ ସର୍ଭେ, ଜିଓ ଟେକ୍ନିକାଲ ଇନ୍‌ଭେଷ୍ଟିଗେସନ, ଟପୋଗ୍ରାଫିକ୍ ସର୍ଭେ ଆଦି କରିବା ସହ ମାଟିର ସ୍ଥିତି ବି ପରଖିଥିଲା । ଗତ ଅଗଷ୍ଟ ୧୬ରେ ମୁଖ୍ୟ ଶାସନ ସଚିବ ପିକେ ଜେନାଙ୍କୁ ସଂପୃକ୍ତ ସଂସ୍ଥା ଦେଇଥିବା ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌)ରେ ସେସବୁ ସ୍ଥାନୀତ ହୋଇଛି । ପ୍ରକଳ୍ପଟି ସମ୍ପୂର୍ଣ୍ଣ ରୂପେ ପୂର୍ବରୁ ଦେଶ ବିଦେଶର ବଡ଼ ବଡ଼ ବିଶେଷଜ୍ଞ ଦ୍ୱାରା ଅଧ୍ୟୟନ କରାଯିବା ସହ ବିଭିନ୍ନ ବୈଷୟିକ ସଂସ୍ଥା ଦ୍ୱାରା ବିସ୍ତୃତ ସର୍ଭେ ହୋଇଛି । ଗତ ଅଗଷ୍ଟ ୩ରେ ରାଜ୍ୟ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ନିଗମ(ବିଏମ୍‌ଆରସିଏଲ୍‌) ସ୍ଥାପନ ନେଇ ବିଜ୍ଞପ୍ତି ଜାରି ସହ ଏହାର ସିଇଓ ଓ ଜେନେରାଲ ମ୍ୟାନେଜର(ପ୍ରଶାସନ)ଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ବି ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଜାନୁଆରୀ ପହିଲାରୁ ଏହି କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦିଆଯିବ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ।

ରାଜଧାନୀ ଅଞ୍ଚଳର ବିଦ୍ୟୁତ୍ ବିତରଣ ଉପରେ ଫୋକସ୍‌; ୪୬,୯୬୯ କୋଟିର ଅତିରିକ୍ତ ଅନୁଦାନ ଅନୁମୋଦନ

ଏଣିକି ‘ରାଜ୍ୟ ରାଜଧାନୀ ଅଞ୍ଚଳରେ ଶକ୍ତି ବ୍ୟବସ୍ଥାରେ ଉନ୍ନତିକରଣ’ (ସ୍କ୍ରିପ୍ସ) ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକ ରାଜ୍ୟରେ ନୂତନ ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଉଦ୍ଦିଷ୍ଟ ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା’ (ସିଏମ୍‌ପିଡିପି) ଅଧୀନରେ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପଗୁଡ଼ିକ କଟକ-ଭୁବନେଶ୍ୱର ଓ ତାର ଆଖପାଖ ଅଞ୍ଚଳର ବିଦ୍ୟୁତ୍ ଚାହିଦା ପୂରଣ କରିବ । ଏହି ଯୋଳନାର ପ୍ରାସଙ୍ଗିକତାକୁ ଦୃଷ୍ଟିରେ ରଖ୍ ରାଜ୍ୟ କ୍ୟାବିନେଟ୍ ୪୬,୯୬୯ କୋଟି ଟଙ୍କାର ଅତିରିକ୍ତ ଆର୍ôଥକ ଅନୁଦାନ ମଞ୍ଜୁର କରିଛନ୍ତି । ଏଥିସହ ୨୦୨୪-୨୫ ଆର୍ôଥକ ବର୍ଷ ମଧ୍ୟରେ ଓପିଟିସିଏଲ୍ ଦ୍ୱାରା ସିଏମ୍‌ପିଡିପି ଅଧୀନରେ ସ୍କ୍ରିପ୍ସ୍ ଯୋଜନା ମାଧ୍ୟମରେ ରାଜଧାନୀ ଅଞ୍ଚଳର ବିଦ୍ୟୁତ୍ ବିତରଣ ତଥା ପରିବହନ ଲିଭିଭୂମିର ସମ୍ପ୍ରସାରଣ ପ୍ରସ୍ତାବକୁ ବି ଅନୁମୋଦନ ମିଳିଛି । ଏହା ଦ୍ୱାରା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା ଅନ୍ୟାନ୍ୟ ଶିଳ୍ପାୟନ ମାଧ୍ୟମରେ ରାଜ୍ୟ ରାଜଧାନୀ ଅଞ୍ଚଳକୁ ଏକ ବିଶ୍ୱସ୍ତରୀୟ ବାଣିଜ୍ୟିକ ପେଣ୍ଠସ୍ଥଳୀରେ ପରିଣତ କରିବାରେ ସହାୟକ ହେବ ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ କୁମାର ଜେନା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶିଳ୍ପାୟନରେ ଅଭିବୃଦ୍ଧି ସହିତ ରାଜ୍ୟ ରାଜଧାନୀ ଅଞ୍ଚଳର ଶକ୍ତି ଦାହିବା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କ୍ରମବର୍ଦ୍ଧିଷ୍ଣୁ ବିଦ୍ୟୁତ୍ ଚାହିଦା ପୂରଣ କରିବା ଓ ଗ୍ରାହକଙ୍କୁ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ୨୦୧୫-୧୬ ଆର୍ôଥକ ବର୍ଷରେ ରାଜ୍ୟ ରାଜଧାନୀ ଅଞ୍ଚଳରେ ଶକ୍ତି ବ୍ୟବସ୍ଥାରେ ଉନ୍ନତିକରଣ (ସ୍କ୍ରିପ୍ସ) ଯୋଜନା ଅନୁମୋଦନ କରିଥିଲେ । ମୋଟ୍ ୧୪୯୨ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ବିଶିଷ୍ଟ ଏହି ଯୋଜନାର ପରିସର ମଧ୍ୟରେ ଜିଆଇଏସ୍ ଟେକ୍ନୋଲୋଜି ସହିତ ଗ୍ରୀଡ୍ ଓ ପ୍ରାଥମିକ ସବ୍ ଷ୍ଟେସନ୍ ନିର୍ମାଣ, ଭୂତଳ କେବୁଲ ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଜ୍ଞାନ କୌଶଳ ଯେପରିକି ସ୍କାଡା, ସ୍ମାର୍ଟ ଗ୍ରୀଡ୍ ଇତ୍ୟାଦି ଅନ୍ତର୍ଭୁକ୍ତ । ବର୍ତ୍ତମାନ ଏହି ଯୋଜନା ଅନ୍ତର୍ଗତ କିଛି ପ୍ରକଳ୍ପ ସମାପ୍ତ ହୋଇଅଛି । ଅବଶିଷ୍ଟ ପ୍ରକଳ୍ପ ନିର୍ମାଣାଧୀନ ଅଛି । ରାଜଧାନୀ ଅଞ୍ଚଳର ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି କିଛି ପ୍ରକଳ୍ପକୁ ‘ରାଜ୍ୟ ରାଜଧାନୀ ଅଞ୍ଚଳରେ ଶକ୍ତି ବ୍ୟବସ୍ଥାରେ ଉନ୍ନତିକରଣ’ (ସ୍କ୍ରିପ୍ସ) ଯୋଜନାରୁ ବାଦ୍ ଦିଆଯାଇଛି । ଅନ୍ୟ କିଛି ପ୍ରକଳ୍ପକୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି । ଯୋଜନାର ଆକଳନ ମୂଲ୍ୟ ୧୯୬୧.୪୬ କୋଟି ଟଙ୍କାକୁ ବୃଦ୍ଧିପାଇଛି । ପୁନଶ୍ଚ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ଅତିରିକ୍ତ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଯୋଜନାର କାର୍ଯ୍ୟକାରୀତା ଅବଧିକୁ ୨୦୨୪-୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କ୍ୟାବିନେଟ୍ ବୈଠକରେ ୪୬୯୬୯ କୋଟି ଟଙ୍କାର ଅତିରିକ୍ତ ଆର୍ôଥକ ଅନୁଦାନ ମଞ୍ଜୁର ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking