29.1 C
Bhubaneswar
Tuesday, October 22, 2024
Homeଖେଳବୀରେନ୍ଦ୍ର ସେହ୍ଵାଗଙ୍କୁ ଆଇସିସି ଦେଲା ବଡ ସମ୍ମାନ, ଆଇସିସି ହଲ୍‌ ଅଫ ଫେମରେ ହେଲେ ସାମିଲ

ବୀରେନ୍ଦ୍ର ସେହ୍ଵାଗଙ୍କୁ ଆଇସିସି ଦେଲା ବଡ ସମ୍ମାନ, ଆଇସିସି ହଲ୍‌ ଅଫ ଫେମରେ ହେଲେ ସାମିଲ

ବ୍ୟୁରୋ : ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହୋଇଛନ୍ତି । ବୀରେନ୍ଦ୍ର ସେହ୍ଵାଗ ତାଙ୍କ କ୍ୟାରିଅରରେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ସେହ୍ଵାଗଙ୍କ ବ୍ୟତୀତ ତାଲିକାରେ ଭାରତୀୟ ମହିଳା ଟିମର ଖେଳାଳି ଡାଏନା ଏଡୁଲଜୀ ଓ ଶ୍ରୀଲଙ୍କା କ୍ରିକେଟର ଅରବିନ୍ଦ ଡି’ସିଲଭା । ଏହାସହିତ ହଲ୍‌ ଅଫ ଫେମ୍‌ରେ ସାମିଲ ହୋଇଥିବା ଖେଳାଳିଙ୍କ ସଂଖ୍ୟା ୧୧୨ରେ ପହଞ୍ଚିଛି । ସେହ୍ବାଗ ଥିଲେ ୨୦୦୭ ଟି-ଟ୍ବେଣ୍ଟି ଓ ୨୦୧୧ ଦିନିକିଆ ୱାର୍ଲଡ କପ୍ ବିଶ୍ବବିଜୟୀ ଟିମର ସଦସ୍ୟ । ସେ ଭାରତ ପାଇଁ ଖେଳିଛନ୍ତି ୧୦୪ ଟେଷ୍ଟ, ୨୫୧ ଦିନିକିଆ ଓ ୧୯ଟି ଟି-୨୦। ଟେଷ୍ଟରେ ୮ହଜାର ୫୮୬ ଓ ଦିନିକିଆରେ କରିଛନ୍ତି ୮ହଜାର ୨୭୩ ରନ୍ । ସେହିପରି ଡାଏନା ଭାରତ ପାଇଁ ଖେଳିଛନ୍ତି ୨୦ ଟେଷ୍ଟ ଓ ୩୪ ଦିନିକିଆ । ୨୦ ଟେଷ୍ଟରେ ୪୦୪ ରନ୍ କରିଥିବା ବେଳେ ୬୩ ୱିକେଟ ନେଇଛନ୍ତି । ୩୪ଟି ଦିନିକିଆରେ ୨୧୧ରନ୍ କରିବା ସହ ୪୬ ୱିକେଟ ନେଇଥିଲେ ଡାଏନା । କ୍ରିକେଟ ପ୍ରଶାସକ ଭାବରେ ମହିଳା କ୍ରିକେଟର ବିକାଶ ଦିଗରେ ଅନେକ କାମ କରିଛନ୍ତି । ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହୋଇଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି ଡାଏନା । ଅନ୍ୟପଟେ ଡି ସିଲଭା ଶ୍ରୀଲଙ୍କା ପାଇଁ ଖେଳିଛନ୍ତି ୯୩ ଟେଷ୍ଟ ଓ ୩୦୮ ଦିନିକିଆ । ଟେଷ୍ଟରେ ମୋଟ୍ ୬ହଜାର ୩୬୧ ରନ୍ କରିଥିବା ବେଳେ ୨୯ ୱିକେଟ ନେଇଥିଲେ । ସେହିପରି ଦିନିକିଆରେ ୯,୨୮୪ ରନ୍ ଓ ୧୦୬ ୱିକେଟ ନେଇଥିଲେ ଡି ସିଲଭା । ଆସନ୍ତା ୧୫ ତାରିଖରେ ୱାଙ୍ଖଡେରେ ଭାରତ-ନ୍ୟୁଜିଲଣ୍ଡ ସେମିଫାଇନାଲ୍ ମୁକାବିଲରେ ଏମାନଙ୍କୁ ସମ୍ମାନିତ କରାଯିବ । .

ହଲ୍‌ ଅଫ ଫେମ୍‌ରେ ସାମିଲ ହୋଇଥିବା ଭାରତୀୟ:

ବିଶନ ସିଂ ବେଦୀ : ୨୦୦୯
ସୁନୀଲ ଗାଭାସ୍କର : ୨୦୦୯
କପିଲ ଦେବ : ୨୦୧୦
ଅନିଲ କୁମ୍ବଲେ : ୨୦୧୫
ରାହୁଲ ଦ୍ରାବିଡ: ୨୦୧୮
ସଚିନ ତେନ୍ଦୁଲକର : ୨୦୧୯
ଭୀନୁ ମଙକଡ: ୨୦୨୧
ଡାଏନା ଏଡୁଲଜୀ : ୨୦୨୩
ବୀରେନ୍ଦ୍ର ସେହ୍ଵାଗ: ୨୦୨୩

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking