29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା; ଜାତିସଂଘ ପ୍ରସ୍ତାବକୁ ଭାରତର ସମର୍ଥନ

ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା; ଜାତିସଂଘ ପ୍ରସ୍ତାବକୁ ଭାରତର ସମର୍ଥନ

ଜାତିସଂଘ: ପାଲେଷ୍ଟାଇନ ଉପରେ ଘମାଘୋଟ ଆକ୍ରମଣ ଜାରି ରଖିଥିବାରୁ ଇସ୍ରାଏଲ ବିରୋଧରେ ଜାତିସଂଘରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ଭାରତ ଏହାକୁ ସମର୍ଥନ କରିଥିବା ଜଣାପଡିଛି । ଆମେରିକା ଓ କାନାଡା ସମେତ ୭ ରାଷ୍ଟ୍ର ପ୍ରସ୍ତାବକୁ ବିରୋଧ କରିଥିବାବେଳେ ୧୮ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଛନ୍ତି । ଇଷ୍ଟ ଜେରୁଜେଲମ ଏବଂ ଗୋଲାନ୍ ହାଇଟ୍‌ସରେ ଇସ୍ରାଏଲ ପକ୍ଷରୁ ଗ୍ରହଣ କରାଯାଇଥିବା ଥଇଥାନ ବ୍ୟବସ୍ଥାକୁ ନିନ୍ଦା କରି ଏହି ପ୍ରସ୍ତାବ ଆଗତ କରାଯାଇଥିଲା ।

ଇତିପୂର୍ବରୁ ଇସ୍ରାଏଲ ତୁରନ୍ତ ଯୁଦ୍ଧ ବନ୍ଦ କରୁ ବୋଲି ଜାତିସଂଘରେ ଏକ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ଭାରତ ଭୋଟଦାନରୁ ବିରତ ରହିଥିଲା । ସେତେବେଳେ ଭାରତ ସରକାର ଏହି ନିଷ୍ପତ୍ତି ସପକ୍ଷରେ ଯୁକ୍ତି ଦର୍ଶାଇଥିଲେ । ପାଲେଷ୍ଟାଇନରେ ସକ୍ରିୟ ଥିବା ହାମାସ୍ ଆତଙ୍କବାଦୀ ସଂଗଠନ ଅକ୍ଟୋବର ୭ରେ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିବାରୁ ଇସ୍ରାଏଲ ପାଲଟା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା । ତେବେ ଜାତିସଂଘ ପ୍ରସ୍ତାବରେ ହାମାସ୍ ଆକ୍ରମଣ ସମ୍ପର୍କରେ ଉଲ୍ଲେଖ କରାଯାଇନଥିବାରୁ ଭାରତ ଭୋଟଦାନରୁ ବିରତ ରହିଥିଲା ବୋଲି କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking