30.1 C
Bhubaneswar
Monday, October 21, 2024
Homeଓଡିଶାଚାକିରୀ ବୟସ ଅତିକ୍ରାନ୍ତ ଆବେଦନକାରୀଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ

ଚାକିରୀ ବୟସ ଅତିକ୍ରାନ୍ତ ଆବେଦନକାରୀଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ

କଟକ: ପ୍ରଶାସନିକ ନିଷ୍କ୍ରିୟତା କାରଣରୁ ଚାକିରୀ କରିବା ପାଇଁ ଆବେଦନ ବୟସ ଅତିକ୍ରାନ୍ତ ପ୍ରସଙ୍ଗରେ ଆବେଦନକାରୀମାନଙ୍କୁ ୫ ଲକ୍ଷ ଟଙ୍କା  ଲେଖାଏ କ୍ଷତିପୁରଣ ଦେବାକୁ ହାଇକୋର୍ଟ  ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି । ଆବେଦନକାରୀ ସୁଧୀର କୁମାର ସାହୁ, ଶମ୍ଭୁ ପ୍ରସାଦ ବିଶ୍ୱାଳ, କୋଦଣ୍ଡ ଭୂଷଣ ସେଲ୍‌ମାଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି  ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କ ଏପରି ଆଦେଶ ଦେଇଛନ୍ତି । ତେବେ କ୍ଷତିପୁରଣ ରାଶି ଆସନ୍ତା ୧ ମାସ ମଧ୍ୟରେ  ଆବେଦନକାରୀମାନଙ୍କୁ ମିଳିବା ଉଚିତ୍ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତିି ।

ଗତ ୨୦୧୩ ମସିହା ଅକ୍ଟୋବର ୪ ତାରିଖରେ ବଲାଙ୍ଗୀର କୃଷି  ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ  ଚୁକ୍ତି ଭିତ୍ତିକ ଗାଁ କୃଷକ କର୍ମୀ ପଦବୀ ନିମନ୍ତେ ବିଜ୍ଞାପନ ଆଧାରରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ଖାରଜ କରିଛନ୍ତି । ତେବେ ୨୦୦୮ ମସିହାରେ ଅଦାଲତ ଆଦେଶ ଉଲଂଘନ ଘଟଣାରେ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଆବେଦନକାରୀମାନେ ପରବର୍ତ୍ତୀ ସମୟରେ ସରକାରଙ୍କ ଭୁଲ ନୀତି ଯୋଗୁ ସେମାନଙ୍କ ଆବେଦନ ବୟସ ଅତିକ୍ରାନ୍ତ ହୋଇଥିଲା । ଏଭଳି ସ୍ଥିତିରେ ହାଇକୋର୍ଟ ନିଯୁକ୍ତି ବୟସ ଅତିକ୍ରାନ୍ତ ହୋଇଥିବା ଆବେଦନକାରୀମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ  ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking