27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶବାଂଲାଦେଶରେ ୧୫୦ ପୋଷାକ ଫ୍ୟାକ୍ଟ୍ରି ବନ୍ଦ; ୧୧ ହଜାର କର୍ମଚାରୀଙ୍କ ବିରୋଧରେ ମାମଲା

ବାଂଲାଦେଶରେ ୧୫୦ ପୋଷାକ ଫ୍ୟାକ୍ଟ୍ରି ବନ୍ଦ; ୧୧ ହଜାର କର୍ମଚାରୀଙ୍କ ବିରୋଧରେ ମାମଲା

ଢାକା:  ବାଂଲାଦେଶର ସହସ୍ରାଧିକ ପୋଷାକ କାରଖାନାରେ ଦୀର୍ଘଦିନ ଧରି ଶ୍ରମିକ ଅଶାନ୍ତି ଲାଗି ରହିଛି । ଦାବି ପୂରଣ ହେଉନଥିବାରୁ ୧୫୦ଟି କାରଖାନାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି । ସର୍ବନିମ୍ନ ମଜୁରୀ ବୃଦ୍ଧି ଦାବିରେ ପୋଷାକ କାରଖାନା କର୍ମଚାରୀମାନେ ଦୀର୍ଘଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଆସୁଥିବାବେଳେ କେତେକ ସ୍ଥାନରେ ହିଂସାର ସୂତ୍ରପାତ ମଧ୍ୟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ବାଂଲାଦେଶରେ ମୋଟ ୩୫୦୦ ପୋଷାକ କାରଖାନା ଥିବାବେଳେ ବର୍ଷକୁ ୫୫ ବିଲିୟନ ଡଲାର ମୂଲ୍ୟର ପୋଷାକ ରପ୍ତାନୀ ହୋଇଥାଏ ।

ଲିଭାଇସ୍‌ଠାରୁ ଆରମ୍ଭ କରି ଜାରା, ଏଚ୍ ଆଣ୍ଡ୍ ଏମ୍ ଭଳି ଲୋକପ୍ରିୟ ଆନ୍ତର୍ଜାତିକ ବ୍ରାଣ୍ଡ୍‌ର ପୋଷାକ ବାଂଲାଦେଶରେ ନିର୍ମିତ ହୋଇଥାଏ । ପୁଲିସ ଇତିମଧ୍ୟରେ ୧୧,୦୦୦ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅସୁଲିଆସ୍ଥିତ ତୁସୁକା ପୋଷାକ କାରଖାନା ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଏଭଳି ମାମଲା ଦାଏର କରାଯାଇଛି । ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ପୁଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ରବର ବୁଲେଟ୍ ଚଳାଇବାକୁ ପଡିଥିଲା । ସର୍ବନିମ୍ନ ମଜୁରୀ ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଗ୍ରାହ୍ୟ କରିବାପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking