32.1 C
Bhubaneswar
Friday, September 20, 2024
Homeଅପରାଧରାଜଧାନୀରେ ଚାଞ୍ଚଲ୍ୟ; ଦୁଷ୍କର୍ମ ପରେ ୪ବର୍ଷ ଶିଶୁକନ୍ୟାକୁ ଗଳାକାଟି ହତ୍ୟା!

ରାଜଧାନୀରେ ଚାଞ୍ଚଲ୍ୟ; ଦୁଷ୍କର୍ମ ପରେ ୪ବର୍ଷ ଶିଶୁକନ୍ୟାକୁ ଗଳାକାଟି ହତ୍ୟା!

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ୪ ବର୍ଷର ଶିଶୁ କନ୍ୟାକୁ ଗଳାକାଟି ବୀଭତ୍ସ ହତ୍ୟା କଲା ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ ଘଟିଲା ଏପରି ହତ୍ୟାକାଣ୍ଡ । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ସୋମବାର ବିଳମ୍ବିତ ରାତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ । ହତ୍ୟାକାରୀକୁ ଧରିବାକୁ ପୋଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୭ଟା ପରେ କାମକୁ ଯାଇଥିବା ମୃତ ଶିଶୁକନ୍ୟାର ପରିବାର ଲୋକେ ଘରକୁ ଫେରିଥିଲେ । ଏହାପରେ ଶିଶୁକନ୍ୟାର ମୃତଦେହ କ୍ଷତାକ୍ତ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ପଡ଼ୋଶୀ ଲୋକଙ୍କୁ ପଚାରିବାରୁ ନାବାଳିକାକୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ପାଖରେ ଥିବା ଜଣେ ଦୋକାନି କହିଛନ୍ତି ଯେ, ଶେଷ ଥର ପାଇଁ ସେ ଶିଶୁକନ୍ୟାକୁ ଘରକୁ ଚକୋଲେଟ ନେଇ ଯାଇଥିବା ଦେଖିବାକୁ ପାଇଥିଲେ । ସେ କହିଛନ୍ତି, “ବସ୍ତିର ଘନିଆ ନାମକ ଯୁବକ ଦୁଇଟି ଚକଲେଟ ନେଇ ଯାଇଥିଲା ।

ଘନିଆ ଏଭଳି କାମ କରିଥାଇପାରେ । ଚକଲେଟ ଦେଇ ତା ସହିତ କୌଣସି ଖରାପ କାମ କରିବାକୁ ଯାଇ ଏଭଳି ଘଟଣା ଘଟାଇଥାଇପାରେ । ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଜବତ ସହ ତଦନ୍ତ ଜାରି ରଖିଛି । ମୃତ ଶିଶୁକନ୍ୟାର ବାପା ଓ ମା ଦିନ ମଜୁରିଆ ହୋଇଥିବା ବେଳେ ଉଭୟ କାମକୁ ଯାଇଥିଲେ । ଏହି ସମୟରେ ଏପରି ଘଟଣା ଘଟାଇଛି ଦୁର୍ବୃତ୍ତ । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଏହି ଘଟଣାରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରିବ । ବସ୍ତି ବାସିନ୍ଦାଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି । ସେପଟେ ଘନିଆକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଛି । ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଶିଶୁକୁ ଦୁଷ୍କର୍ମ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହେବ ବୋଲି ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking