28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶବିପଜନ୍ନକ ସ୍ଥିତିରେ ବାୟୂ ପ୍ରଦୂଷଣ; ଦିଲ୍ଲୀ-ଏନ୍‌ସିଆର୍‌ରେ ଗ୍ରାପ୍‌-୪ ଲାଗୁ

ବିପଜନ୍ନକ ସ୍ଥିତିରେ ବାୟୂ ପ୍ରଦୂଷଣ; ଦିଲ୍ଲୀ-ଏନ୍‌ସିଆର୍‌ରେ ଗ୍ରାପ୍‌-୪ ଲାଗୁ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ବାୟୁ ଏବେ ବିଷାକ୍ତ ରୂପ ନେଇଛି । ଏହି ପରିସ୍ଥିତିରେ ଲୋକମାନଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଛି । ଏହା ମଧ୍ୟରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ରବିବାର ବାୟୁ ଗୁଣବତ୍ତା ପ୍ରବନ୍ଧନ କମିଶନ୍ (ସିଏକ୍ୟୁଏମ୍‌) ତତ୍କାଳ ପ୍ରଭାବରେ ଦିଲ୍ଲୀ-ଏନ୍‌ସିଆର୍‌ରେ ଗ୍ରେଡେଡ୍ ରେସ୍‌ପନ୍ସ ଆକ୍ସନ୍ ପ୍ଲାନ୍‌ର ଚତୁର୍ଥ ପର୍ଯ୍ୟାୟ (ଗ୍ରାପ୍‌-୪) ଲାଗୁ ପାଇଁ ନିର୍ଣ୍ଣୟ ନେଇଛି । ଏହା ପୂର୍ବରୁ ଗୁରୁବାର ଗ୍ରାପ୍‌ର ୩ୟ ପର୍ଯ୍ୟାୟ ଲାଗୁ ହୋଇଥିଲା । ଗ୍ରାପ୍‌-୪ ପର୍ଯ୍ୟାୟରେ ଏବେ ପ୍ରଦୂଷଣର ମୁକାବିଲା ପାଇଁ କଡ଼ା ଉପାୟ ଅବଲମ୍ବନ କରାଯାଉଛି । ଗ୍ରାପ୍‌-୪ ଅଧୀନରେ ଦିଲ୍ଲୀ ଏବଂ ଏହାର ଆଖପାଖ ଜିଲ୍ଲାରେ ସାର୍ବଜନୀକ ପ୍ରକଳ୍ପ ସମ୍ବନ୍ଧିତ ନିର୍ମାଣ କାର୍ଯ୍ୟ ଏବଂ ପ୍ରଦୂଷଣ କରୁଥିବା ଟ୍ରକ୍ ଏବଂ ଚାରିଚକିଆ କମର୍ସିଆଲ୍ ଯାନର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗ୍ରାପ୍‌-୪ ଅଧୀନରେ ଅନ୍ୟ ରାଜ୍ୟରୁ କେବଳ ସିଏନ୍‌ଜି, ଇଲେକ୍ଟ୍ରିକ୍ ଏବଂ ଜିଏସ୍‌-୬ ମାନକର ବାହନକୁ ଦିଲ୍ଲୀରେ ପ୍ରବେଶ ଅନୁମତି ଦିଆଯାଇଛି ।

ସେହିପରି ଅତ୍ୟାବଶ୍ୟକ ସେବାରେ ସାମିଲ ବାହନକୁ ଏଥିରୁ ଛାଡ଼ ଦିଆଯାଇଛି । ସିଏକ୍ୟୁଏମ୍ ଆଦେଶ ଅନୁସାରେ ଅତ୍ୟାବ୍ୟଶକ ସେବାରେ ସାମିଲ ନଥିବା ସମସ୍ତ ମଧ୍ୟମ ଏବଂ ଭାରୀ ମାଲବାହୀ ବାହନର ମଧ୍ୟ ଦିଲ୍ଲୀରେ ପ୍ରବେଶ ଉପରେ ବ୍ୟାନ୍ ଲାଗୁ କରାଯାଇଛି । ଏହା ବ୍ୟତୀତ ଏମର୍ଜେନ୍ସି ଉପାୟ ଅନୁସାରେ ସରକାରୀ ଏବଂ ଘରୋଇ ଅଫିସ୍‌ର ୫୦ ପ୍ରତିଶତ କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଛୋଟ ପିଲାମାନଙ୍କୁ ପ୍ରଦୂଷଣରୁ ବଞ୍ଚାଇବା ଉଦ୍ୟମକ୍ରମେ ଦିଲ୍ଲୀ ସରକାର ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ନଭେମ୍ବର ୧୦ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ବିଦ୍ୟାଳୟ ବ୍ୟତୀତ ଷଷ୍ଠ ଶ୍ରେଣୀରୁ ଊର୍ଦ୍ଧ୍ୱ ବିଦ୍ୟାଳୟକୁ ମଧ୍ୟ ବନ୍ଦ କରିବା ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ସେହିପରି ସରକାର ଅନ୍‌ଲାଇନ୍ କ୍ଲାସ୍‌ର ନିଷ୍ପତ୍ତି ନେଇପାରନ୍ତି । ସୂଚନାଯୋଗ୍ୟ ଦିଲ୍ଲୀରେ ରବିବାର ଅପରାହ୍ଣ ତିନିଟା ବେଳେ ଏକ୍ୟୁଆଇ ୪୬୩ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking