ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ସାଂସଦ ସଞ୍ଜୟ ସିଂହ ଶୁକ୍ରବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଯେଉଁ ଅଭିଯୋଗରେ ଗିରଫ କରିଛନ୍ତି, ତାହାକୁ ଖାରଜ କରିବାକୁ ସଞ୍ଜୟ ପ୍ରଥମେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଅକ୍ଟେବାର ୨୦ରେ ହାଇକୋର୍ଟ ଏହି ଆବେଦନକୁ ନାମଞ୍ଜୁର କରିବାପରେ ସଞ୍ଜୟ ସୁପ୍ରିମକୋର୍ଟଙ୍କୁ ଭରସା କରିଛନ୍ତି । ସୂଚନାଯୋଗ୍ୟ ଅକ୍ଟୋବର ୪ରେ ସଞ୍ଜୟ ଇଡିଙ୍କ ଦ୍ୱାରା ଗିରଫ ହୋଇଥିଲେ ।