21.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶପାକିସ୍ତାନ ବାୟୁସେନା ଘାଟି ଉପରେ ଆକ୍ରମଣ; ୩ ବିମାନ ନଷ୍ଟ, ୯ ଆତଙ୍କବାଦୀ ନିପାତ

ପାକିସ୍ତାନ ବାୟୁସେନା ଘାଟି ଉପରେ ଆକ୍ରମଣ; ୩ ବିମାନ ନଷ୍ଟ, ୯ ଆତଙ୍କବାଦୀ ନିପାତ

ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶସ୍ଥିତ ବାୟୁସେନା ଘାଟି ଉପରେ ଆତଙ୍କବାଦୀ ୁଆକ୍ରମଣ ହୋଇଥିବା ଜଣାପଡିଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୯ ଜଣ ଆତଙ୍କବାଦୀ ମିଆଁୱାଲି ବାୟୁସେନା ଘାଟୀ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ପାକ୍ ବାୟୁସେନାର ୩ଟି ବିମାନ ନଷ୍ଟ ହୋଇଥିବାବେଳେ ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ୯ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଇଛି । ଦୃଢ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଥିବା ଏହି ଘାଟୀ ମଧ୍ୟକୁ ଆତଙ୍କବାଦୀମାନେ କିପରି ପ୍ରବେଶ କଲେ, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଆତଙ୍କବାଦୀମାନେ ଶନିବାର ସକାଳେ ବାୟୁସେନା ଘାଟୀରେ ପ୍ରବେଶ କରି ସେଠାରେ ରଖାଯାଇଥିବା ବିମାନଗୁଡିକୁ ଟାର୍ଗେଟ କରି ଗୁଳିଚାଳନା କରିଥିଲେ ।

ଏହା ଜଣାପଡିବାପରେ ବାୟୁସେନା ଘାଟୀ ନିରାପତ୍ତା ଦାୟିତ୍ୱରେ ଥିବା ଯବାନଙ୍କ ସହ ଆତଙ୍କବାଦୀଙ୍କର ଘମାଘୋଟ ସଂଘର୍ଷ ଲାଗିଥିଲା । ଏଥିରେ ସବୁ ୯ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ପାକିସ୍ତାନର କାମଚଳା ଗୃହମନ୍ତ୍ରୀ ସର୍ଫରାଜ ବୁଗ୍‌ତି କହିଛନ୍ତି । ତେହେରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି) ସଂଗଠନର ସହଯୋଗୀ ସଂସ୍ଥା ତେହେରିକ୍‌-ଇ-ଜିହାଦ ପାକିସ୍ତାନ (ଟିଜେପି) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ତେବେ ଆତଙ୍କବାଦୀ ଆକ୍ରମଣରେ ବାୟୁସେନା ଘାଟୀରେ କାର୍ଯ୍ୟତେ କୌଣସି ଯବାନ ମୃତାହତ ହୋଇନଥିବା କୁହାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରିବାକୁ ଏହା ଏକ ଚକ୍ରାନ୍ତ ବୋଲି ସର୍ଫରାଜ କହିଛନ୍ତି । ଅପରପକ୍ଷରେ ଆଫ୍‌ଗାନିସ୍ତାନ ନାଗରିକଙ୍କୁ ସ୍ୱଦେଶ ଫେରିବାକୁ ପାକିସ୍ତାନର କାମଚଳା ସରକାର ବାଧ୍ୟ କରୁଥିବାରୁ ଆତଙ୍କବାଦୀ ସଂଗଠନଗୁଡିକ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ଇତିମଧ୍ୟରେ ପାକିସ୍ତାନରେ ବାସ କରୁଥିବା ଲକ୍ଷାଧିକ ଆଫ୍‌ଗାନ ନାଗରିକଙ୍କୁ ସ୍ୱଦେଶ ପଠାଯାଇସାରିଲାଣି । ଚଳିତବର୍ଷ ଆତଙ୍କବାଦୀ ସଂଗଠନଗୁଡିକ ପାକିସ୍ତାନୀ ସେନା ଓ ପୁଲିସକୁ ଟାର୍ଗେଟ କରିଆସୁଥିବା ଜଣାପଡିଛି ।

ପାକିସ୍ତାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କନ୍‌ଫ୍ଲିକ୍ଟ ଆଣ୍ଡ୍ ସିକ୍ୟୁରିଟୀ ଷ୍ଟଡିଜ୍ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଗତ ଅଗଷ୍ଟରେ ପାକିସ୍ତାନରେ ସର୍ବାଧିକ ୯୯ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି । ୨୦୨୧ ଅଗଷ୍ଟରେ ତାଲିବାନ ସଂଗଠନ ଆଫ୍‌ଗାନିସ୍ତାନରେ କ୍ଷମତା ଅକ୍ତିଆର କରିବା ପରଠାରୁ ପାକିସ୍ତାନରେ ୁଆତଙ୍କବାଦୀ କାର୍ଯ୍ୟକଳାପ ବହୁଗୁଣରେ ବୃଦ୍ଧି ପାଇଥିବା କୁହାଯାଇଛି । ବାଲୋଚିସ୍ତାନରେ ସକ୍ରିୟ ଥିବା ବାଲୋଚ୍ ଲିବରେସନ ଆର୍ମି ଗ୍ୱଦର ଜିଲ୍ଲାକୁ ମୁଖ୍ୟତଃ ଟର୍ଗେଟ କରୁଛନ୍ତି । ଅଗଷ୍ଟରେ ବାଲୋଚ୍ ଆର୍ମି ପକ୍ଷରୁ ଗ୍ୱଦର ସହରରେ ଗୋଟିଏ କନ୍‌ଭୟ ଉପରେ ଆକ୍ରମଣ କରାଯିବାରୁ ୨୩ ଜଣ ଚୀନ୍ ଇଞ୍ଜିନିୟର ପ୍ରାଣ ହରାଇଥିଲେ । ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଆତଙ୍କବାଦୀ ଆକ୍ରମଣରେ ୩୮୬ ଜଣ ପାକ୍ ଯବାନ ଓ ପୁଲିସ କର୍ମୀ ପ୍ରାଣ ହରାଇସାରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking