31.1 C
Bhubaneswar
Monday, September 23, 2024
Homeଦେଶ ବିଦେଶଦିନକୁ ଦୁଇ ଖଣ୍ଡ ରୁଟିରେ ଜୀବନ କାଟୁଛନ୍ତି ଗାଜାବାସୀ; ପିଇବାକୁ ମିଳୁନି ପାଣି

ଦିନକୁ ଦୁଇ ଖଣ୍ଡ ରୁଟିରେ ଜୀବନ କାଟୁଛନ୍ତି ଗାଜାବାସୀ; ପିଇବାକୁ ମିଳୁନି ପାଣି

ଗାଜା: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଦୀର୍ଘ ଦିନ ହେଲାଣି ଯୁଦ୍ଧ ଜାରି ରହିଛି । ଯୁଦ୍ଧର ଭୟାବହତା ମଧ୍ୟରେ ଭୋକରେ ଆଉଟୁପାଉଟୁ ହେଉଛନ୍ତି ଗାଜାବାସୀ । ଇସ୍ରାଏଲ ଗାଜାକୁ ମାନବୀୟ ସହାୟତା ବନ୍ଦ କରିଦେଇ ଥିବାରୁ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି । ଖାଇବାକୁ ଖାଦ୍ୟ ନାହିଁ, ପିଇବାକୁ ପାଣି ମିଳୁନି । ଗାଜାର ହାରାହାରି ଲୋକେ ଦିନକୁ ମାତ୍ର ଦୁଇଟି ରୁଟି ଖାଇ ନିଜ ଜୀବନ ବଞ୍ଚାଇଛନ୍ତି । ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ କାର୍ଯ୍ୟ କରୁଥିବା ଜାତିସଂଘ ଏଜେନ୍ସିର ଗାଜା ଡାଇରେକ୍ଟର ଶୁକ୍ରବାର ଏହା କହିଛନ୍ତି ।

ଜାତିସଂଘର ମାନବତାବାଦୀ ମୁଖ୍ୟ ମାର୍ଟିନ ଗ୍ରିଫିଥସ କହିଛନ୍ତି ଯେ, ଗାଜାକୁ ଇନ୍ଧନ ଯୋଗାଣ ପାଇଁ ଅନୁମତି ପ୍ରଦାନ କରିବାକୁ ଇସ୍ରାଏଲ, ଇଜିପ୍ଟ, ଆମେରିକା ଓ ମିଳିତ ଜାତିସଂଘର ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରାଯାଉଛି । ବିଭିନ୍ନ ଅତ୍ୟାବଶ୍ୟକୀୟ ସଂସ୍ଥା, ହସ୍ପିଟାଲ, ଜଳ ଓ ବିଦ୍ୟୁତ ଯୋଗାଣ ପାଇଁ ଇନ୍ଧନର ଆବଶ୍ୟକତା ଅପରିହାର୍ଯ୍ୟ । ଗାଜାକୁ ଏହାର ଯୋଗାଣ ପାଇଁ ଆମେ ଅନୁମତି ଦେବା ଉଚିତ୍ । ୟୁଏନ ଡେପୁଟି ମିଡଇଷ୍ଟ କୋର୍ଡିନେଟର ଲିନ୍ ହାଷ୍ଟିଙ୍ଗ କହିଛନ୍ତି ଯେ, ବ୍ୟାକଅପ୍ ଜେନେରେଟର ସାହାଯ୍ୟରେ ହସ୍ପିଟାଲ, ଜଳ ପ୍ଲାଣ୍ଟ, ଖାଦ୍ୟ ଉତ୍ପାଦନ ପ୍ଲାଣ୍ଟ ଏବଂ ଅନ୍ୟ ଆବଶ୍ୟକ ସେବା ଗୁଡିକୁ ଜାରି ରହିଥିଲା । ହେଲେ ଏବେ ଇନ୍ଧନ ଅଭାବରୁ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି । ବର୍ଜ୍ୟବସ୍ତୁର ଠିକ୍ ପରିଚାଳନା କରାନଯାଇ ଏହାକୁ ସମୁଦ୍ରରେ ଛଡାଯାଉଛି । ଆଗକୁ ଇନ୍ଧନ ସରିଗଲେ ବର୍ଜ୍ୟବସ୍ତୁକୁ ରାସ୍ତାରେ ବୁହାଯାଇପାରେ ।

ହିପରି ଯୁଦ୍ଧ ପୂର୍ବରୁ ଘରୋଇ ସେକ୍ଟର ଦ୍ୱାରା ଇଜିପ୍ଟରୁ ଗାଜା ପଠାଉଥିବା ରନ୍ଧନ ଗ୍ୟାସ ଯୋଗାଣ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଯୁଦ୍ଧ ପାଇଁ ଗାଜାର ବିସ୍ଥାପିତ ହୋଇଥିବା ପ୍ରାୟ ୪୦୦୦ ଲୋକେ ଏବେ ବିଭିନ୍ନ ସ୍କୁଲ ଘରେ ଅପରିସ୍କାର ଅପରିଚ୍ଛନ ପରିବେଶ ମଧ୍ୟରେ ଆଶ୍ରୟ ନେଇଛନ୍ତି । ମହିଳା ଓ ଛୋଟ ଛୁଆମାନେ ଶ୍ରେଣୀଗୃହରେ ଶୋଉଥିବା ବେଳେ ପୁରୁଷମାନେ ବାହାରେ ଶୋଉଛନ୍ତି । ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଥିବା ଲଢେଇ ବନ୍ଦ ହେବା ନାଁ ଧରୁନଥିବା ବେଳେ ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ଇସ୍ରାଏଲ ଶୁକ୍ରବାର ଉତ୍ତର ଗାଜାରେ ଏକ ଆମ୍ବୁଲାନ୍ସ ଉପରେ ଏୟାରଷ୍ଟ୍ରାଇକ କରିଥିବା ଖବର ଆସିଛି । ଆହତଙ୍କୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଉଥିବା ବେଳେ ଏହି ଆକ୍ରମଣ ହୋଇଛି । ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଆହତ ହୋଇଛନ୍ତି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅକ୍ଟୋବର ୭ରୁ ଗାଜାରେ ଇସ୍ରାଏଲର ଆକ୍ରମଣରେ ଅତିକମରେ ୯,୨୨୭ ଜଣ ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଛି । ହମାସ୍ ଆକ୍ରମଣରେ ଇସ୍ରାଏଲରେ ୧୪୦୦ ପ୍ରାଣହାନି ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking