31.1 C
Bhubaneswar
Friday, September 20, 2024
Homeଦେଶ ବିଦେଶପାକିସ୍ତାନର ବାୟୁସେନା ଏୟାରବେସରେ ଆକ୍ରମଣ, ୩ ଆତଙ୍କବାଦୀ ନିହତ

ପାକିସ୍ତାନର ବାୟୁସେନା ଏୟାରବେସରେ ଆକ୍ରମଣ, ୩ ଆତଙ୍କବାଦୀ ନିହତ

ପାକିସ୍ତାନ: ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନରେ ବଡ଼ ଆତଙ୍କୀ ହମଲା । ବାୟୁସେନା ଏୟାରବେସ ଭିତରେ ପଶି ଆକ୍ରମଣ । ପଞ୍ଜାବ ପ୍ରଦେଶର ମିଆଁୱାଲି ସ୍ଥିତ ବାୟୁସେନା ଏୟାରବେସରେ ଆତଙ୍କ ଖେଳାଇଛନ୍ତି ଆତ୍ମଘାତୀ ଆତଙ୍କବାଦୀ । ଜୋରଦାର ଫାୟାରିଂ କରିଛନ୍ତି । ଏହାର ପାଲଟା କାର୍ଯ୍ୟାନୁଷ୍ଠାନ କରିଛି ପାକିସ୍ତାନ ସେନା । ଉଭୟ ପକ୍ଷ ଭିତରେ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଜବାବୀ ହମଲାରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଖବର ମୁତାବକ, ସକାଳେ ପ୍ରଚୁର ଅସ୍ତ୍ରଶସ୍ତ୍ର ସହିତ ୫/୬ଜଣ ଲୋକ ଦଳବଦ୍ଧ ହୋଇ ବାୟୁସେନା ଏୟାରବେସରେ ଆକ୍ରମଣ କରିବାରୁ ଗୁଳି ବିନିମୟ ଘଟିଲା । ଆକ୍ରମଣରେ ଏୟାରବେସ୍ ଭିତରେ ୩ଟି ଯୁଦ୍ଧ ବିମାନ ଓ ତୈଳ ଟ୍ୟାଙ୍କକୁ ଆତଙ୍କବାଦୀ ଉଡ଼ାଇ ଦେଇଥିବା ସୂଚନା ମିଶିଛି । ତେବେ ମୃତାହତ ଓ କ୍ଷୟକ୍ଷତି ନେଇ ପାକିସ୍ତାନ ସେନା ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ତାଲିବାନୀ ସମର୍ଥିତ ଆତଙ୍କବାଦୀ ସଂଗଠନ ତେହରିକ-ଏ-ଜିହାଦ୍ । ଆତ୍ମଘାତୀ ବିସ୍ଫୋରଣକାରୀ ଏକ ସିଡ଼ି ସାହାଯ୍ୟରେ ଏୟାରବେସ୍ ଭିତରେ ପ୍ରବେଶ କରିଥିଲେ । ସେମାନଙ୍କ ପାଖରେ ରହିଥିଲା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking